ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

କର୍ମଚାରୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଧର୍ମେନ୍ଦ୍ର

0
  • ଏହି ଦୁଇଟି ପ୍ରସଙ୍ଗରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ
  • ଭୁବନେଶ୍ୱରରେ ଇସଆଇସିର ଆଂଚଳିକ କାର୍ଯ୍ୟାଳୟ ଥିବା କାରଣରୁ ପଶ୍ଚିମ ଓଡିଶାବାସୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି
  • ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହେବେ
  • ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ରହିଛି
  • ତାଳଚେର, ଜଳେଶ୍ୱର, ନୀଳଗିରି, ସୋର, ଧାମରା, ତ୍ରିଶୁଳିଆ, ଓଡ଼ସପୁର, ଜଗତସିଂହପୁର, ଯୋଡ଼ା, ନିମାପଡ଼ା, ବଣେଇ ଏବଂ କୋଇରାରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ଅଛି
  • ଓଡ଼ିଶାର ଜନସଂଖ୍ୟାଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୯– ପଶ୍ଚିମ ଓଡ଼ିଶାର ଇଏସଆଇ କର୍ମଚାରୀ ତଥା ଇଏସଆଇସିର ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଇଏସଆଇସି ଆଂଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ ଝାରସୁଗୁଡ଼ା ଠାରେ ଇଆସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ସେହିପରି ଅନ୍ୟ ଏକ ପୃଥକ ପତ୍ରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ଟି ନୂତନ ଡିସପେନସାରୀ ସ୍ଥାପନା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଯାଦବଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ଭୁବନେଶ୍ୱର ସ୍ଥିତ ଇଏସଆଇସି ଆଂଚଳିକ କାର୍ଯ୍ୟାଳୟ ସହ ୭.୪୧ ଲକ୍ଷ ବୀମାଭୁକ୍ତ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ।

ଭୁବନେଶ୍ୱରରେ ଥିବା ଇସଆଇସିର ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପୂର୍ବାଂଚଳରେ ଥିବା କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ । ଏହି ମର୍ମରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ୱରରେ ଥିବା ଆଂଚଳିକ କାର୍ଯ୍ୟାଳୟ ୧୭ଟି ଜିଲ୍ଲା ନିକଟବର୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି । ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ୧୩ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତୀ ହେବ ।

ଦେଶର ଅନେକ ରାଜ୍ୟରେ ଇଏସଆଇସିର ୧ କିମ୍ବା ତଦୁର୍ଦ୍ଧ୍ୱ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ୱରର ଇଏସଆଇ ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି । ତେଣୁ ପଶ୍ଚିମ ଓଡ଼ିଶାର କର୍ମଚାରୀ ଏବଂ ଇଏସଆଇସି ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଅନ୍ୟ ଏକ ପୃଥକ ପତ୍ରରେ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ଅଂଚଳ ଯଥା ତାଳଚେର, ଜଳେଶ୍ୱର, ନୀଳଗିରି, ସୋର, ଧାମରା, ତ୍ରିଶୁଳିଆ, ଓଡ଼ସପୁର, ଜଗତସିଂହପୁର, ଯୋଡ଼ା, ନିମାପଡ଼ା, ବଣେଇ ଏବଂ କୋଇରାରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ରହିଛି । ଏହାସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଏକ ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତର କରିବା ପାଇଁ ଇଏସଆଇ କର୍ପୋରେସନର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ଜନସଂଖ୍ୟାଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.