ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଜାଣନ୍ତୁ; କଟକ ଚଣ୍ଡୀଙ୍କୁ ନେଇ ଏମିତି କିଛି କଥା

0

ଷୋଳ ପୂଜାର ଆଜି ଦ୍ବିତୀୟ ଦିବସ, କମ୍ପୁଛି ଓଡ଼ିଶାର ସବୁ ଦେବୀ ପୀଠ

ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ପରିଚିତି ଲାଭ କରିଛି। ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା। ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି। ମାତ୍ର ଦୁର୍ଗାପୂଜା ସମୟର ଚିତ୍ର ରାଜ୍ୟର ଅନ୍ୟ ସବୁ ସହର ଅପେକ୍ଷା ଏଠାରେ ନିଆରା । 

କଟକ ଜିଲ୍ଲାର ଶେଖ୍‍ ବଜାର ଅଞ୍ଚଳରେ ରହିଛି ଚର୍ତୁଭୂଜା ମାତା ତଥା କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ମରହଟ୍ଟା ଶାସନ ପୂର୍ବରୁ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲା । କଳାପାହାଡ ଆକ୍ରମଣ କାଳରେ ଦେବୀ ସେ ସ୍ଥାନରୁ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ କିଛି ଦୂରରେ ରହିଥିଲେ। ପରବର୍ତୀ ସମୟରେ ତାଙ୍କୁ ବର୍ତ୍ତମାନର ପୀଠକୁ ଅଣାଯାଇଛି ।

ଅନ୍ୟ ଏକ ମତ ରହିଛି, ପ୍ରାୟ ଦୁଇ ଶହରୁ ଅଧିକ ବର୍ଷ ତଳେ ଏଠାରେ ଏକ ଜଙ୍ଗଲିଆ ବୁଦା ଥିଲା। ଗାଈ ଚରାଇବାକୁ ଯାଇଥିବା ହଂସନାଥ ପଣ୍ଡା ଦିନେ ତା ଭିତରେ ଥିବା ଏକ କୁଦ ଉପରେ ବସିଥିବା ବେଳେ ତାଙ୍କ ଶରୀରରେ ଅପୂର୍ବ ଶିହରଣ ଖେଳିଗଲା। ରାତିରେ ମାଆଙ୍କୁ ସେ ସ୍ୱପ୍ନ ଦେଖିଲେ। କନିକା ରାଜାଙ୍କୁ ଏକଥା ଜଣାନ୍ତେ; ରାଜାଙ୍କ ନିର୍ଦ୍ଦେଶରେ ମାଟିକୁଦଟିକୁ ଖୋଳାଗଲା। କୁହାଯାଏ, କୁଦଟିରୁ ୪୦ ଶଗଡ ସିନ୍ଦୁର ବାହାରିବା ପରେ ମାଆଙ୍କ ପ୍ରତିମା ବାହାରିଥିଲା।ଏକ ବଉଳ ଗଛ ମୂଳେ ମାଆଙ୍କ ପ୍ରତିମାକୁ ରଖି ତାଙ୍କର ପୂଜା ଆରମ୍ଭ ହୋଇଥିଲା ।

ମାଆଙ୍କର ପ୍ରତିଦିନ ପଞ୍ଚ ଉପଚାରରେ ପୂଜା ହୁଏ। ଭୋର ୫ ଟାରେ ପହଡ଼ ଫିଟିବାଠାରୁ ରାତି ୧୦ଟା ପରେ ପହଡ଼ ପଡିବା ଯାଏ ମାଆଙ୍କର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପତ୍ୟେକ ମଙ୍ଗଳ ଓ ଶନିବାର ଦିନ ମାଆଙ୍କ ପାଖରେ ମାଛ ଭୋଗହୁଏ। ରାଧାଷ୍ଟମୀ ଦିନ ମାଆଙ୍କର ସ୍ୱତନ୍ତ୍ର ଶୟନ ନୀତି ହେବା ସହିତ ୧୫ ଦିନ ଯାଏ ଶୟନ ପକ୍ଷରେ ମାଆ ନିଦ୍ରା ଯାଆନ୍ତି।

ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନା କରି ମାଆଙ୍କୁ ଜାଗ୍ରତ କରାଯିବା ସହିତ ଆରମ୍ଭ ହୁଏ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା। ପ୍ରତ୍ୟେକ ଦିନ ମାଆଙ୍କୁ ସ୍ୱତନ୍ତ୍ର ବେଶ କରାଯାଏ। ଦଶମୀ ଯାଏ ଏହି ସ୍ୱତନ୍ତ୍ର ପୂଜା ଚାଲେ। ଅଷ୍ଟମୀ ଦିନ ମାଆଙ୍କର ମହାସ୍ନାନ ସହିତ ମହାକାଳୀ ବେଶ କରାଯାଏ। ସେହିଦିନ ମାଆଙ୍କର ଦେହରେ ବସ୍ତ୍ର ନଥାଏ, କେବଳ ଆଭୂଷଣରେ ସଜ୍ଜିତ ହୁଅନ୍ତି।। ରାତ୍ରିବିହିତ ପୂଜାରେ ସନ୍ଧିପୂଜା ସହିତ ସେଦିନ ମାଆଙ୍କ ନିକଟରେ ମାଛ ବଳି ଦିଆଯାଇଥାଏ।

Leave A Reply

Your email address will not be published.