ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଜାଣନ୍ତୁ; କଟକ ଚଣ୍ଡୀଙ୍କୁ ନେଇ ଏମିତି କିଛି କଥା

0

ଷୋଳ ପୂଜାର ଆଜି ଦ୍ବିତୀୟ ଦିବସ, କମ୍ପୁଛି ଓଡ଼ିଶାର ସବୁ ଦେବୀ ପୀଠ

ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ପରିଚିତି ଲାଭ କରିଛି। ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା। ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି। ମାତ୍ର ଦୁର୍ଗାପୂଜା ସମୟର ଚିତ୍ର ରାଜ୍ୟର ଅନ୍ୟ ସବୁ ସହର ଅପେକ୍ଷା ଏଠାରେ ନିଆରା । 

କଟକ ଜିଲ୍ଲାର ଶେଖ୍‍ ବଜାର ଅଞ୍ଚଳରେ ରହିଛି ଚର୍ତୁଭୂଜା ମାତା ତଥା କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ମରହଟ୍ଟା ଶାସନ ପୂର୍ବରୁ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲା । କଳାପାହାଡ ଆକ୍ରମଣ କାଳରେ ଦେବୀ ସେ ସ୍ଥାନରୁ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ କିଛି ଦୂରରେ ରହିଥିଲେ। ପରବର୍ତୀ ସମୟରେ ତାଙ୍କୁ ବର୍ତ୍ତମାନର ପୀଠକୁ ଅଣାଯାଇଛି ।

ଅନ୍ୟ ଏକ ମତ ରହିଛି, ପ୍ରାୟ ଦୁଇ ଶହରୁ ଅଧିକ ବର୍ଷ ତଳେ ଏଠାରେ ଏକ ଜଙ୍ଗଲିଆ ବୁଦା ଥିଲା। ଗାଈ ଚରାଇବାକୁ ଯାଇଥିବା ହଂସନାଥ ପଣ୍ଡା ଦିନେ ତା ଭିତରେ ଥିବା ଏକ କୁଦ ଉପରେ ବସିଥିବା ବେଳେ ତାଙ୍କ ଶରୀରରେ ଅପୂର୍ବ ଶିହରଣ ଖେଳିଗଲା। ରାତିରେ ମାଆଙ୍କୁ ସେ ସ୍ୱପ୍ନ ଦେଖିଲେ। କନିକା ରାଜାଙ୍କୁ ଏକଥା ଜଣାନ୍ତେ; ରାଜାଙ୍କ ନିର୍ଦ୍ଦେଶରେ ମାଟିକୁଦଟିକୁ ଖୋଳାଗଲା। କୁହାଯାଏ, କୁଦଟିରୁ ୪୦ ଶଗଡ ସିନ୍ଦୁର ବାହାରିବା ପରେ ମାଆଙ୍କ ପ୍ରତିମା ବାହାରିଥିଲା।ଏକ ବଉଳ ଗଛ ମୂଳେ ମାଆଙ୍କ ପ୍ରତିମାକୁ ରଖି ତାଙ୍କର ପୂଜା ଆରମ୍ଭ ହୋଇଥିଲା ।

ମାଆଙ୍କର ପ୍ରତିଦିନ ପଞ୍ଚ ଉପଚାରରେ ପୂଜା ହୁଏ। ଭୋର ୫ ଟାରେ ପହଡ଼ ଫିଟିବାଠାରୁ ରାତି ୧୦ଟା ପରେ ପହଡ଼ ପଡିବା ଯାଏ ମାଆଙ୍କର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପତ୍ୟେକ ମଙ୍ଗଳ ଓ ଶନିବାର ଦିନ ମାଆଙ୍କ ପାଖରେ ମାଛ ଭୋଗହୁଏ। ରାଧାଷ୍ଟମୀ ଦିନ ମାଆଙ୍କର ସ୍ୱତନ୍ତ୍ର ଶୟନ ନୀତି ହେବା ସହିତ ୧୫ ଦିନ ଯାଏ ଶୟନ ପକ୍ଷରେ ମାଆ ନିଦ୍ରା ଯାଆନ୍ତି।

ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନା କରି ମାଆଙ୍କୁ ଜାଗ୍ରତ କରାଯିବା ସହିତ ଆରମ୍ଭ ହୁଏ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା। ପ୍ରତ୍ୟେକ ଦିନ ମାଆଙ୍କୁ ସ୍ୱତନ୍ତ୍ର ବେଶ କରାଯାଏ। ଦଶମୀ ଯାଏ ଏହି ସ୍ୱତନ୍ତ୍ର ପୂଜା ଚାଲେ। ଅଷ୍ଟମୀ ଦିନ ମାଆଙ୍କର ମହାସ୍ନାନ ସହିତ ମହାକାଳୀ ବେଶ କରାଯାଏ। ସେହିଦିନ ମାଆଙ୍କର ଦେହରେ ବସ୍ତ୍ର ନଥାଏ, କେବଳ ଆଭୂଷଣରେ ସଜ୍ଜିତ ହୁଅନ୍ତି।। ରାତ୍ରିବିହିତ ପୂଜାରେ ସନ୍ଧିପୂଜା ସହିତ ସେଦିନ ମାଆଙ୍କ ନିକଟରେ ମାଛ ବଳି ଦିଆଯାଇଥାଏ।

Leave A Reply

Your email address will not be published.