ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ

0

ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ।

ପିପିଲିରେ ୨ ଲକ୍ଷ ୨୯ ହଜାର ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିବେ। କିଛି ସ୍ଥାନରେ ଇଭିଏମ ଅଚଳ ଯୋଗୁଁ ଭୋଟଦାନରେ ବିଳମ୍ବ ହୋଇଛି। ୨୦୩ ନଂ ବୁଥରେ ଇଭିଏମ ଅଚଳ ହୋଇଥିଲା। ନୂଆଶାସନ ପଂଚାୟତର ଦକ୍ଷିଣ ସାହିରେ ଇଭିଏମ ଅଚଳ ଯୋଗୁଁ ମତଦାନ ଆରମ୍ଭ ହୋଇପାରିନଥିଲା। ଏବେ ପରିସ୍ଥିତିରେ ସୁଧାର ଆସିଥିବା ସୂଚନା ମିଳିଛି।

ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ମତଦାନ ବ୍ୟବସ୍ଥା କରାଯାଇଛି। ସେଥିରୁ ୧୦୨ଟି ବୁଥ ଅତି ସମ୍ବେଦନଶୀଳ ଓ ୭୩ଟି ବୁଥ ସମ୍ବେଦନଶୀଳ ତାଲିକାରେ ଅଛି। ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ୧୭୫ ବୁଥର ମତଦାନର ସିଧାପ୍ରସାରଣ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପୋଲିଂ ବୁଥ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି।

ସେହିପରି କିଭଳି ମତଦାନ ଶୃଙ୍ଖଳିତ ଭାବରେ ସୁରୁଖୁରରେ ସରିବ ସେଥିପାଇଁ ୧୯୮୩ ସୁରକ୍ଷା କର୍ମୀ, ଓ ୩୨ଟି ମୋବାଇଲ ଟିମ ନିୟୋଜିତ ହୋଇଛନ୍ତି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୨୦ଟି ଆଦର୍ଶ ମତଦାନ କରାଯାଇଛି। କୋଭିଡ ଗାଇଡଲାଇନ ଭିତରେ ମତଦାନ ଚାଲିଛି। ଭୋଟର ଭୋଟ ଦେବା ପୂର୍ବରୁ ସେମାନଙ୍କୁ ଗ୍ଲୋବ୍ସ ଦିଆଯାଉଛି ଏବଂ ଭୋଟ ଦେବା ପରେ ମେସିନ ସାନିଟାଇଜ କରାଯାଉଛି। ସାନିଟାଇଜ ପରେ ଆଉ ଜଣେ ଭୋଟର ଭୋଟ ଦେବେ। ସେହପରି ଯେଉଁମାନଙ୍କୁ ଥଣ୍ଡା,କାଶ, ଜ୍ୱର ହୋଇଥିବ ସାମାନ୍ୟ ବି ଲକ୍ଷଣ ଥିବ ସେମାନେ ଶେଷ ମୂହୁର୍ତ୍ତରେ ଭୋଟ ଦେବେ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଧାୟକ ଆସନ ଖାଲି ପଡିଥିଲା। ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ମଧ୍ୟ ପଦ୍ମ ଫୁଟାଇବାକୁ ଜୋରଦାର ପ୍ରୟାସ ଚଳାଇଛି। ଆଜି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୩ ତାରିଖରେ ଗଣତି ହେବ। ପିପିଲିବାସୀ କାହା ସପକ୍ଷରେ ଭୋଟ ଦେଇଛନ୍ତି , କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି, ସେଥିପାଇଁ ଆସନ୍ତା ୩ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ।

Leave A Reply

Your email address will not be published.