ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଅଗ୍ନି ପରୀକ୍ଷାରେ ମମତା; ଭବାନୀପୁରରେ ସମ୍ମାନର ଲଢେଇ

0

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ସମ୍ମାନର ଲଢେଇ ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଆରମ୍ଭ ହୋଇଛି ମତଦାନ। ଏପଟେ ଭବାନୀପୁର ବିଧାନସଭା ଆସନ ଉପରେ ପୂରା ଦେଶର ନଜର ରହିଛି। କାରଣ ୩ ଲକ୍ଷରୁ ଅଧିକ ଭୋଟର ଆଜି ମମତା ବାନାର୍ଜୀଙ୍କ ଭାଗ୍ୟକୁ ସିଲ କରିବେ ଓ ନିର୍ଣ୍ଣୟ କରିବେ ମମତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢୁଛନ୍ତି ମମତା ବାନାର୍ଜୀ। ଆଉ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିରୁ ଯୁବ ଚେହେରା ପ୍ରୀୟଙ୍କା ଟିବରେୱାଲ।

ଆଜିର ଦିନଟି ମମତା ବାର୍ନାଜୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ମମତା ଯଦି ଏହି ଉପନିର୍ବାଚନରେ ହାରିଯିବେ ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବା ସୁନିଶ୍ଚିତ ହୋଇଯିବ।। ଭବାନୀପୁର ଏବେ ହାଇପ୍ରୋଫାଇଲ ସିଟ ହୋଇଥିବାରୁ ନିର୍ବାଚନ କମିସନ ମଧ୍ୟ ଦିଗରେ ବିଶେଷ ନଜର ରଖିଛନ୍ତି। କଡା ସୁରକ୍ଷା ବଳୟ ଭିତରେ ରହିଛି ସମସ୍ତ ବୁଥ।

୨୭୦ଟି ବୁଥକୁ ଏଠାରେ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି। ମମତା ବାନାର୍ଜୀ ଯେଉଁ ବୁଥକୁ ଯାଇ ଭୋଟ ଦେବେ ତାକୁ ଅତି ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି। ମୋଟ ୩୫ଟି ଅର୍ଦ୍ଧସାମରିକ କମ୍ପାନି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ବିଧାନସଭା ନିର୍ବାଚନ ବେଳେ ମମତାଙ୍କ ଏହି ଆସନରୁ ସୁବ୍ରତ ବକ୍ସି ଟିଏମସି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। କିନ୍ତୁ ମମତା ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ହାରିଯିବା ପରେ ଶ୍ରୀ ବକ୍ସି ବି ଏଠାରେ ପରବର୍ତ୍ତୀ ସମୟରେ ଓହରି ମମତାଙ୍କ ପାଇଁ ରାସ୍ତା ସଫା କରିଦେଇଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ରେ ମଧ୍ୟ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ। ଭବାନୀପୁର ବ୍ୟତୀତ ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ ଗ୍ରହଣ ହେଉଛି। ଭୋଟିଂ ହେଉଥିବା ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। କୌଣସି ମତଦାନ କେନ୍ଦ୍ରରେ ୨୦୦ ମିଟର ପରିଧିରେ ୫ କିମ୍ବା ତାହାଠୁ ଅଧିକ ଲୋକଙ୍କୁ ଏକତ୍ର ହେବାକୁ ଅନୁମତି ନାହିଁ। କୋଭିଡ ଗାଇଡଲାଇନ ଅନୁସାରେ ଚାଲିଛି ଭୋଟ ଗ୍ରହଣ।

Leave A Reply

Your email address will not be published.