ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା

0

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ। ମୁମ୍ବାଇର ଏକ ହସ୍ପିଟାଲରେ ଶ୍ୱେତାଙ୍କ ଚିକିତ୍ସା ଚାଲିଛି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଦୁର୍ବଳତା ଓ ନିମ୍ନ ରକ୍ତଚାପ କାରଣରୁ ଯେ ଅସୁସ୍ଥ ଅନୁଭବ କରିଥଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତିକରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଶ୍ୱେତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ପୂର୍ବାପେକ୍ଷା ଭଲ ଥିବା ବେଳେ ସେ ବିଶ୍ରାମ ନେଉଛନ୍ତି।

ଶ୍ୱେତା ତିୱାରୀ ଇନଷ୍ଟାରେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଏକ ବହି ପଢୁଛନ୍ତି ଏବଂ ତାଙ୍କ ହାତରେ ଛୁଞ୍ଚି ଲାଗିଥିବାର ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କ ଫ୍ୟାନ ମାନେ ବ୍ୟସ୍ତ ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ପଚାରିଥିଲେ। ଫ୍ୟାନଙ୍କ ପ୍ରଶ୍ନ ପରେ ଶ୍ୱେତାଙ୍କ ଟିମ ପକ୍ଷରୁ କୁହାଯାଇଥିଲା ଯେ, ଶ୍ୱେତା ଏବେ ସୁସ୍ଥ ଅଛନ୍ତି। ଶ୍ୱେତା କିଛି ବ୍ୟସ୍ତ ବହୁଳ କାମ ଓ ଲଗାତର ଅଧିକ ଯାତ୍ରା କରିବା ଫଳରେ ଅସୁସ୍ଥ ହୋଇଯାଇଥିଲେ ଏବଂ
ରକ୍ତଚାପ କମିଯାଇଥିଲା।

ଶ୍ୱେତାଙ୍କ ସୁସ୍ଥତା ପାଇଁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ମଧ୍ୟ ଟିମ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବଂ ଶ୍ୱେତା ଖୁବ ଶୀଘ୍ର ଘରକୁ ଫେରିବେ ବୋଲି ଟିମ ପକ୍ଷରୁ ଜଣାଯାଇଛି। ନିକଟରେ ଶ୍ୱେତା ଓ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦିବ୍ୟାଙ୍କା ଶ୍ୱେତାଙ୍କ ଗୋଡ ଚିପୁଥିବାର ନଜର ଆସିଥିଲେ। ଖବର ଅନୁସାରେ ଶ୍ୱେତାଙ୍କୁ ଖୁବ ଶୀଘ୍ର ବିଗ ବସ ସିଜିନ ୧୫ରେ ଏକ ଜନଜାତି ନେତା ଭାବେ ଦେଖିବାକୁ ମିଳିବ।

ଶ୍ୱେତା ତିୱାରୀ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। କିନ୍ତୁ ସେ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିପାରିଛନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ସିଭ ରହୁଥିବା ଶ୍ୱେତା ନିଜର ଅନେକ ଫଟୋ ମଧ୍ୟ ସେୟାର କରିଥାନ୍ତି । ନିଜର ଦୁଇ ଛୁଆଙ୍କ ସହ ଭିଡିଓ ମଧ୍ୟ ସେୟାର କରିବାର ଦେଖିବାକୁ ମିଳିଥାଏ।

Leave A Reply

Your email address will not be published.