ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ନିଶା ମାୟାରେ ସେଲିବ୍ରିଟି ବାୟା

0

ନୂଆଦିଲ୍ଲୀ/ ଭୁବନେଶ୍ବର: ସମୁଦ୍ର ମଝିରେ ଜାହାଜରେ ଡ୍ରଗ୍ସ ପାର୍ଟିରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି। ବହୁ ହାଇପ୍ରୋଫାଇଲ ଲୋକ ଏହି ପାର୍ଟିରେ ସାମିଲ ଥିବା ବେଳେ ଶାହାରୁଖଙ୍କ ପୁଅ ମଧ୍ୟ ଏହି ପାର୍ଟିକୁ ଯାଇଥିଲେ। ଏନସିବି, ରେଭ ପାର୍ଟିରେ ଯାତ୍ରୀ ବେଶରେ ଯାଇ ଛାପା ମାରିବା ପରେ ଶାହାରୁଖ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଅଟକ ରଖିଥିଲା। ମୁମ୍ବାଇ ଆଣି ଏମାନଙ୍କୁ ପଚରାଉଚରା କରିବା ପରେ ସମସ୍ତଙ୍କୁ ଗିରଫ କରିଛି ଏନସିବି। ଆର୍ଯ୍ୟନ୍ ଡ୍ରଗ୍ସ ନେଇଥିବା କଥା ମଧ୍ୟ ସ୍ୱୀକାର କରିଥିବା କୁହାଯାଉଛି। କିନ୍ତୁ ତାଙ୍କୁ ସେଠି ଅତିଥି ଭାବେ ଡକାଯାଇଥିବା ପଚରାଉଚରା ସମୟରେ ସେ କହିଥିଲେ। ଅନ୍ୟପକ୍ଷରେ ଏନସିବି ମୁଖ୍ୟ କହିଥିଲେ ଯେକେହି ବି ହୁଅନ୍ତୁ କାହାକୁ ଛଡାଯିବନାହିଁ। ଯୁବପୀଢି ଡ୍ରଗ୍ସ ପ୍ରତି ବେଶୀ ଆକର୍ଷିତ ହେଉଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏହାର ବଲିଉଡ ଲିଙ୍କ ନେଇ ଖୋଳତାଡ଼ କରାଯିବ। ଏଥିସହିତ ସେଲିବ୍ରିଟିମାନଙ୍କର ନିଶା ସହିତ ନଥିବା ନିବିଡ଼ତା ପୁଣି ସବୁଠାରେ ଆଲୋଚନା ଆରମ୍ଭ ହୋଇଛି।

ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାର୍ଟି। ଯେଉଁଥିରେ ବଲିଉଡର ବହୁ ନାମୀ କଳାକାର ଡ୍ରଗ୍ସରେ ଝୁମୁଥିବାର ଦେଖିବାକୁ ମିଳିଥିଲା। ସେହିପରି ଅଭିନେତା ଅରମାନ କୋହଲି ଏବଂ ଏଜାଜ ଖାନ ମଧ୍ୟ ଏହି ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିଲେ। ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରି ତାଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିଲା।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଯେତେବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିଲା; ସେତେବେଳେ ବଲିଉଡରେ ଡ୍ରଗ୍ସ କାରବାର ଘଟଣା ସାମନାକୁ ଆସିଥିଲା। ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଛନ୍ଦି ହୋଇପଡିଥିଲେ। ରିୟାଙ୍କ ଠାରୁ ଏକ ମୋବାଇଲ ଜବତ କରାଯାଇଥିଲା, ଆଉ ଏହି ମୋବାଇଲ ହ୍ୱାଟସଆପରୁ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାର ନେଇ ଜଣାପଡିଥିଲା। ରିୟାଙ୍କ ମୋବାଇଲରେ ଡିଲିଟ ହୋଇଥିବା କେତେକ ହ୍ୱାଟସ ଆପ ମେସେଜରୁ ନିଶା କାରବାର ନେଇ ସୁରାଗ ମିଳିଥିଲା। ରିୟାଙ୍କୁ ସେବେ ଗିରଫ କରିଥିଲା ଏନସିବି। ରିୟାଙ୍କ ପରେ ତାଙ୍କ ଭାଇ ସୌଭିକକୁ ମଧ୍ୟ ଗିରଫ କରାଯାଇଥିଲା ।

ଏନସିବି ଫାସରେ ପଡିଥିଲେ ଜଣକ ପରେ ଜଣେ ବଲିଉଡ ତାରକା। ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଭଳି ଷ୍ଟାରଙ୍କୁ ଜେରା କରିସାରିଛି ଏନସିବି। ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ପ୍ରାୟ ୫୦ ଜଣଙ୍କ ନାଁ ସାମନାକୁ ଆସିଲାଣି। କମେଡିଆନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ମଧ୍ୟ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ।

ବଲିଉଡ୍ ନିଶା କାରବାରର ଓଡିଶା ଲିଙ୍କ

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶା ଚେର ମାୟା ନଗରରୀରୁ ରାଜଧାନୀ ଭୁବନେଶ୍ୱର ଏବଂ ଅବିଭକ୍ତ କୋରାଫୁଟ ଯାଏ ଲମ୍ବିଛି। ଯାହାର ନଜିର୍ ଅନେକ ବାର ମିଳିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଯେତେବେଳେ ଗିରଫ ହୋଇଥିଲେ ସେତେବେଳେ ତାଙ୍କର ଓଡିଶା ଲିଙ୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଜଣେ ଡ୍ରଗ୍ସ ମାଫିଆ ସିମନ ଖମ୍ବାଟାଙ୍କ ସହ ରିୟା କଥା ହେଉଥିଲେ ଏବଂ ଭୁବନେଶ୍ୱରର ଗଂଜେଇ ବହୁତ ଭଲ ବୋଲି ରିୟା କହିଥିବା ତାଙ୍କ ହ୍ୱାଟସ ଆପ ଚାଟ୍‌ରୁ ମିଳିଥିଲା।

ଓଡିଶାରେ ମଧ୍ୟ ଏବେ ବିପୁଳ ପରିମାଣର ଡ୍ରଗ୍ସ କାରବାର ଚାଲିଛି। ଭୁବନେଶ୍ୱର ଓ ବାଲେଶ୍ୱର ପାଲଟିଛି ବ୍ରାଉନସୁଗାରର ହବ। ଅଧିକାଂଶ ଯୁବପୀଢି ଏହି ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା ଦେଖିବାକୁ ମିଳୁଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଚଢାଉ ଜୋରଦାର କରାଯାଉଛି। କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଛି ପୁଲିସ। ବ୍ରାଉନସୁଗାର ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ବେଳେ ଲକ୍ଷାଧିକ ଟଙ୍କାର ଗଂଜେଇ ମଧ୍ୟ ଓଡିଶାରୁ ବାହାର ରାଜ୍ୟକୁ ଯାଇଛି। ତେଣୁ ରାଜ୍ୟକୁ ଡ୍ରଗ୍ସ ମୁକ୍ତ କରିବାକୁ ଏବେ ଆରମ୍ଭ ହୋଇଛି ଅଭିଯାନ। ଆଦିବାସୀ ଇଲାକାରେ ହେଉଥିବା ଗଞ୍ଜେଇ ଚାଷର ଚାହିଦା ମୁମ୍ବାଇ ଏବଂ ପଡୋଶୀ ରାଜ୍ୟରେ ବଢୁଥିବାରୁ ଏହାର କାରବାର ବେଶ ବଢିଗଲାଣି। ପୁଲିସ ଏହାକୁ ରୋକିବାକୁ ପଦକ୍ଷେପ ନେଉଛି, ହେଲେ ଯେତିକି ନିଶା ସାମଗ୍ରୀ ଧରା ପଡୁଛି, ତାହା ମୋଟ ପରିମାଣର ୫ ପ୍ରତିଶତରୁ କମ୍ ହେବ ବୋଲି କୁହାଯାଉଛି।

ତେବେ ଏସବୁ ଭିତରେ ଗୋଟିଏ କଥା କୁହାଯାଇପାରେ ଯେ ବଲିଉଡ ସେଲିବ୍ରେଟିଙ୍କ ଷ୍ଟାଇଲ, ଷ୍ଟାଟସ ଓ ଲାଇଫ ଷ୍ଟାଇଲ ସହ ଧିରେ ଧିରେ ଯୋଡି ହୋଇଗଲାଣି ଡ୍ରଗ୍ସ। ଛୋଟ କଳାକାରଙ୍କଠୁ ଆରମ୍ଭ କରି ବଡ ସମସ୍ତେ ଏବେ ନିଶାରେ ଝୁମୁଛନ୍ତି। ଷ୍ଟାର କିଡ ବି ଏବେ ଏହି ଲିଷ୍ଟରେ ସାମିଲ ହେଲେଣି। ଯେଉଁ ଅଭିନେତା, ଅଭିନେତ୍ରୀଙ୍କୁ ଦର୍ଶକ ନିଜ ରୋଲ୍ ମଡେଲ ବୋଲି ଭାବୁଥିଲେ, ସେମାନଙ୍କୁ ଗାଳି ଦେବା ଆରମ୍ଭ କଲେଣି। ବୟକଟ୍ ବଲିଉଡ୍ ଟ୍ୱିଟରରେ ଟ୍ରେଣ୍ଡ କଲାଣି। ହେଲେ ଏହି ପୂରା ଘଟଣାକ୍ରମରେ ଯେଉଁ ଚିନ୍ତାଜନକ ଦିଗ ସାମ୍ନାକୁ ଆସୁଛି, ତାହା ହେଉଛି, ଯୁବପୀଢିଙ୍କୁ କିଭଳି ଡ୍ରଗ୍ସ ଜାଲରୁ ବଞ୍ଚାଇ ରଖାଯିବ? ଆଜି ଏସଆରକେଙ୍କ ପୁଅ ଧରାପଡିଛି, କାଲି ସକାଳୁ ଏହି ସମାନ ଘଟଣା ଆଉ କାହା ସହ ମଧ୍ୟ ଘଟିପାରେ। ତେଣୁ ଷ୍ଟାର୍ କିଡ୍ ନେଇ ଯେଉଁ ଧାରଣା ଆମ ସମାଜରେ ରହିଛି, ତାହା ବଦଳିବା ଦରକାର ବୋଲି ମତ ପ୍ରକାଶ ପାଉଛି। ନଚେତ ବଲିଉଡ୍ ଷ୍ଟାର ବଦନାମ ହେଉଥିବେ, ଆଉ ତାଙ୍କୁ ଅନୁକରଣ କରୁଥିବା ସାଧାରଣ ଛାତ୍ରଛାତ୍ରୀ ମଧ୍ୟ ପରବର୍ତୀ ସମୟରେ ଚ୍ୟାାଲେଞ୍ଜର ସାମ୍ନା କରିବେ।

Leave A Reply

Your email address will not be published.