ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର

0

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଅନେକ ରିପୋର୍ଟରେ ପ୍ରକାଶ ପାଇଥିଲା କି ,୨୦୨୦ରେ କରୋନା କାରଣରୁ ଉଭୟ ବିବାହ କରିପାରିନଥିବା ବେଳେ ୨୦୨୧ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଖବର ଅନୁସାରେ ତେବେ ଚଳିତ ବର୍ଷ ଏହି ଯୋଡି ବିବାହ କରିବେ ନାହିଁ। ଏଥିପାଇଁ ୨୦୨୨ ପର୍ଯ୍ୟନ୍ତ ଫ୍ୟାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଇ ଟାଇମ୍ସ ରିପୋର୍ଟ ଅନୁସାରେ, ରଣବୀର କପୁର ଓ ଆଲିଆ ଭଟ୍ଟ ୨୦୨୧ରେ ବିବାହ କରିବେ ନାହିଁ। ମିଳିଥିବା ସୂଚନା ଅନୁସାରେ , ରଣବୀର ଓ ଆଲିଆ ଧୁମଧାମରେ ବିବାହ କରିବାକୁ ପ୍ରସ୍ତୁତି କରୁଛନ୍ତି।ତେଣୁ କେଉଁଥିରେ ବି ସେ କମି କରିବାକୁ ଚାହୁଁନାହାଁନ୍ତି। ସେମାନେ ଏହି ଦିନକୁ ପୁରା ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେମାନେ ସବୁ ପ୍ରସ୍ତୁତ କରିବାକୁ ସମୟ ନେଉଛନ୍ତି। ତେଣୁ ୨୦୨୨ରେ ଉଭୟ ବିବାହ କରିପାରନ୍ତି ବୋଲି ଆଶା କରାଯାଉଛି।

ଏହି ଭାବୀ କପୁଲ ନିଶ୍ଚିତ କରିଛନ୍ତି ଯେ, ବିବାହ କାରଣରୁ ତାଙ୍କର କାମ ଉପରେ କୌଣସି ପ୍ରଭାବ ପଡିବନାହିଁ। ତେଣୁ ସେମାନଙ୍କ ସମସ୍ତ ସୁଟିଂ କାର୍ଯ୍ୟ ଜାନୁଆରି ସୁଦ୍ଧା ଶେଷ କରିବାକୁ ଯୋଜନା କରିଛନ୍ତି। ଗୋଟେ ପଟେ ରଣବୀର ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଆଲିଆଙ୍କ ପାଖରେ ୨ଟି ବଡ଼ ପ୍ରୋଜେକ୍ଟ ଅଛି।

ବଲିଉଡରେ ଏବେ ବିବାହ ଋତୁ ଚାଲିଛି। ବଲିଉଡର ଚର୍ଚ୍ଚିତ ସେଲିବ୍ରିଟି ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ ଚଳିତ ବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି।ଏହା ସହ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଖବର ବି ଏବେ ସାମନାକୁ ଆସିଛି। ୨୦୨୦ରେ ରିଚା ଚଢା ଓ ଅଲି ଫଜଲ ମଧ୍ୟ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା , କିନ୍ତୁ ସେମାନେ କେବେ ବିବାହ କରିବେ ସେ ନେଇ କିଛି ଆଉ ଖବର ମିଳିପାରିନାହିଁ।

Leave A Reply

Your email address will not be published.