ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସମବାୟ ସମିତିଙ୍କୁ ଆରବିଆଇ ଝଟକା; ‘ବ୍ୟାଙ୍କ’ ଶବ୍ଦ ବ୍ୟବହାର ମନା

0

ମୁମ୍ବାଇ: ବ୍ୟାଙ୍କ ବା ବ୍ୟାଙ୍କିଙ୍ଗ ଭଳି ଶବ୍ଦକୁ କେହି ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ବିଶେଷକରି ସମବାୟ ସମିତି ବ୍ୟାଙ୍କ ଶଦ୍ଦ ବ୍ୟବହାର କରି ଟଙ୍କା ଜମା ରଖିବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆରବିଆଇ ପାଦେ ଆଗକୁ ଯାଇ ସତର୍କ କରିଛନ୍ତି ଯେ ଏଭଳି ସଂସ୍ଥାମାନଙ୍କରେ ଲୋକମାନେ ନିଜ ନିଜର କଷ୍ଟ ଉପାର୍ଜିତ ଟଙ୍କା ରଖିବା ବିପଜ୍ଜନକ। ଏହି ସଂସ୍ଥାରେ ଜମା ଥିବା ଟଙ୍କା ଉପରେ ବୀମା ସୁରକ୍ଷା ମଧ୍ୟ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। କେବଳ ଯେଉଁ ସମବାୟ ସମିତିକୁ ଜମା ସଂଗ୍ରହ କରିବାର ଅନୁମତି ଦିଆଯାଇଛି, ସେମାନେ ଲୋକଙ୍କ ଠାରୁ ଟଙ୍କା ଜମା ନେଇପାରିବେ ବୋଲି ଆରବିଆଇ କହିଛନ୍ତି।

ଆରବିଆଇ କହିଛନ୍ତି, କିଛି ସମବାୟ ସମିତି ସେମାନଙ୍କ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରୁଥିବା ମାମଲା ଆମ ନଜରକୁ ଆସିଛି। ଏହା ବ୍ୟାଙ୍କିଙ୍ଗ୍ ନିୟାମକ ନିୟମ ୧୯୪୯ର ଧାରା ୭ର ଉଲ୍ଲଂଘନ। କିଛି ସମବାୟ ସମିତି ଅଣ ସଦସ୍ୟଙ୍କ ଠାରୁ ଜମା ସଂଗ୍ରହ କରୁଥିବାର ଖବର ମଧ୍ୟ ଆମ ପାଖେ ପହଞ୍ଚିଛି। ସମିତିର ଏଭଳି କାର୍ଯ୍ୟ ବ୍ୟାଙ୍କିଙ୍ଗ ନିୟମର ଖିଲାପ କରୁଛି। କେବଳ ବ୍ୟାଙ୍କିଙ୍ଗ୍ ନିୟମ ଅଧୀନରେ ଯେଉଁ ସମବାୟ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଛି ସେମାନେ ହିଁ ନିଜ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି।

ଆରବିଆଇ ଆହୁରି କହିଛନ୍ତି, ବହୁ ସମବାୟ ସଂସ୍ଥାକୁ ଲାଇସେନ୍ସ ମିଳିନାହିଁ କିମ୍ବା ବ୍ୟାଙ୍କ କାରବାର କରିବା ଲାଗି ରିଜର୍ଭ ବ୍ୟାଙ୍କ ସେମାନଙ୍କୁ ସ୍ବୀକୃତି ମଧ୍ୟ ଦେଇନାହିଁ। ଏମାନଙ୍କ ମଧ୍ୟରୁ ଅନେକ ସଂସ୍ଥା ନିଜ ନାମରେ ବ୍ୟାଙ୍କ ଶବ୍ଦକୁ ବ୍ୟବହାର କରୁଛନ୍ତି। ସେଭଳି ସଂସ୍ଥାରେ ଥିବା ଜମା ରାଶି ଉପରେ ବୀମା ସୁରକ୍ଷା ମିଳିବ ନାହିଁ। କେବଳ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥାରେ ଥିବା ଜମା ରାଶିର ବୀମା କରାଯାଇଛି। ତେଣୁ ଯେଉଁ ସମବାୟ ସମିତି ନିଜକୁ ବ୍ୟାଙ୍କ ବୋଲି ପ୍ରଚାର କରୁଛନ୍ତି ସେଥି‌ରେ ଟଙ୍କା ରଖିବା ପୂର୍ବରୁ ଲୋକମାନେ ସେମାନଙ୍କ କାରବାର ଓ ସଂପୃକ୍ତ ସଂସ୍ଥାକୁ ମିଳିଥିବା ଅନୁମତି ସଂପର୍କରେ ବୁଝାସୁଝା କରିବାର ଆବଶ୍ୟକତା ରହିଛି। ଏଭଳି ସଂସ୍ଥାଠାରୁ ଦୂରେଇ ରହିବା ଲାଗି ଆରବିଆଇ ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.