ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଜିତିଗଲା ଯମ, ହାରିଗଲା ଜୀବନ

0

ଭୁବନେଶ୍ବର: ହେ ଭଗବାନ! ତମେ କେଡେ ନିଷ୍ଠୁର!

ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର କୋଳଶୂନ୍ୟ କରିଦେଲ!

ଗୋଟେ ବେସାହାରା ବାପାର ବିଶ୍ୱାସ ଭାଙ୍ଗିଦେଲ!

ମୃତ୍ୟୁ ସହ ଲଢିଲଢି ଶେଷରେ ହସ୍ପିଟାଲ ବେଡରେ ହାରିଗଲେ ଅମ୍ରିତ। ଜୀବନ ଯୁଦ୍ଧରେ ପରାଜିତ ହେଲେ। ବଞ୍ଚାଇ ପାରିଲାନି ବ୍ୟୟ ବହୁଳ ଅପରେସନ। ଅଢେଇ କୋଟି ଟଙ୍କା ଖର୍ଚ୍ଚ ପରେ ବି ଅମ୍ରିତଙ୍କ ଆୟୁଷକୁ ଆୟତ୍ତ କରିହେଲାନି। ନା ଡାକ ଶୁଣିଲେ ଇଶ୍ୱର, ନା ବଞ୍ଚାଇ ପାରିଲେ ଡାକ୍ତର( ଦ୍ୱିତୀୟ ଭଗବାନ)। ସବୁ ଚେଷ୍ଟା ପରେ ବି ଆଖିବୁଜିଦେଲେ ଅମ୍ରିତ। କୋଟି କୋଟି ଲୋକଙ୍କ ପ୍ରାର୍ଥନା , ଗୁରୁଜନଙ୍କ ଆଶୀର୍ବାଦ, ଲୋକଙ୍କ ସହାୟତା ବି ବିଧିର ବିଧାନ ଆଗରେ
ଆତ୍ମସମର୍ପଣ କଲା।

ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ୨୪ ବର୍ଷର ଯୁବକ ଅମ୍ରତି ପ୍ରଧାନ। ଜୁନ ୩ରୁ ଆଜି ଯାଏଁ ମୃତ୍ୟୁ ସହ ଲଢେଇ କରି ଶେଷରେ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ନିକଟରେ ତାଙ୍କର ଫୁସଫୁସ ପ୍ରତରୋପଣ ହୋଇଥିଲା। ଫୁସଫୁସ ପ୍ରତିରୋପଣ ପରେ ଅମ୍ରିତ ନୂଆ ଜୀବନ ପାଇବା ନେଇ ଆଶା ଉଇଁଥିଲା। ହେଲେ ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରି ଆରପାରିକୁ ଚାଲିଯାଇଛନ୍ତି ଅମ୍ରିତ।

କରୋନାରେ ସଂକ୍ରମିତ ହେବା ପରେ ଅମ୍ରିତଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜୁନ ୩ ତାରିଖରେ ଏକମୋ ଚିକିତ୍ସା ପାଇଁ ଚେନ୍ନାଇ ଏୟାରଲିଫ୍ଟ କରାଯାଇଥିଲା। ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଅନୁରୋଧ ପରେ ସହାୟତା ପାଇଁ ଆଗେଇ ଆସିଥିଲେ ଲୋକ। ‘ମିଲାପ’ ଆପ ମାଧ୍ୟରେ ସହାୟତାର ହାତ ଲମ୍ବିଥିଲା। ହଜାର ହଜାର ଲୋକଙ୍କ ସହଯୋଗରେ ଅର୍ଥ ମଧ୍ୟ ଯୋଗାଡ ହୋଇଥିଲା।

ଚେନ୍ନାଇରେ ଦୀର୍ଘଦିନ ଧରି ଚିକିତ୍ସା ପରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ଅମ୍ରିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା, ହେଲେ ଫୁସଫୁସରେ କୌଣସି ଉନ୍ନତି ନ ଆସିବାରୁ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିନ୍ତୁ ସବୁ ପ୍ରକାର ପ୍ରଚେଷ୍ଟା ସତ୍ୱେ ଅମ୍ରିତଙ୍କ ଜୀବନ ବଞ୍ଚାଇ ହେଲାନି। ସବୁ ଦିନ ପାଇଁ ଭଗବାନ ଅମ୍ରିତଙ୍କୁ ପରିବାର ଲୋକଙ୍କଠୁ ଦୂରେଇ ଦେଲେ।

Leave A Reply

Your email address will not be published.