ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଆଜି ବଡ଼ଠାକୁର ହେବେ ପଢୁଆଁ

0

ମାମୁଁ ଘର ମାଧବ ପୀଠରୁ ପହଞ୍ଚିସାରିଛି ପଢ଼ୁଆଁ ଭାର

ପୁରୀ: ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ ଶ୍ରୀଜିଉ। ନୂଆବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବଡ଼ଠାକୁର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରୀତିନୀତି ଖଞ୍ଜା ଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଶ୍ରୀମନ୍ଦିର ଜରିଆରେ ନୂଆବସ୍ତ୍ର ପ୍ରଦାନ କରାଯାଇଛି। ଏପଟେ ଶ୍ରୀବଳଦେବଙ୍କ ପାଇଁ ନିଆଳିସ୍ଥିତ ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଆସିଛି ପଢ଼ୁଆଁ ଭାର। ପଢ଼ୁଆଁ ଭାରରେ ଆସି ପହଞ୍ଚିଛି ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଛ, ଲବଙ୍ଗ ସମେତ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ ଓ ପଦ୍ମ ଫୁଲ। ଏସବୁକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି।

ଶୁକ୍ରବାର ସକାଳୁ ମାଧବଙ୍କ ନିକଟରୁ ଏକ ଶୋଭାଯାତ୍ରାରେ ଏହି ଭାର ଅଣାଯାଇଥିଲା। ଭୋଇ ସେବକମାନେ ପତାକା ଧରି ଆଗେଆଗେ ଚାଲିଥିଲେ। ଗଡ଼ୁଆ ସେବକଙ୍କ ଦ୍ବାରା ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ସଂକୀର୍ତ୍ତନ ଦଳ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ଢୋଲିଆ ଓ ମହୁରିଆ ବି। ୮ ଜଣ ବେହେରା ଉପବାସ ବ୍ରତ ପାଳନ ସହ ଭାର ନେଇ ଶ୍ରୀକ୍ଷେତ୍ର ଆସିଥିଲେ।

ଯଦିଓ ବଳଭଦ୍ର ବଡ଼ଭାଇ ହିସାବରେ ପଢ଼ୁଆଁ, କିନ୍ତୁ ମାମୁଁରୁ ସାତ ଜଣ ଠାକୁରଙ୍କ ପାଇଁ ପାଟବସ୍ତ୍ର ‌ଆସିଛି। ଏହି ପରମ୍ପରା ବନ୍ଦ ହୋଇଯାଇଥିଲା। ତିନିବର୍ଷ ଧରି ପୁଣି ଥରେ ଏହାକୁ ଚାଲୁ କରାଯାଇଛି। ଏପଟେ ଶ୍ରୀଲିଙ୍ଗରାଜ ବି ପଢୁଆଁ ହେବେ।

Leave A Reply

Your email address will not be published.