ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଶୀତ ଅଧିବେଶନ ପୂର୍ବରୁ ବିରୋଧୀ ପକ୍ଷରେ କେଁ

0

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିରୋଧୀ ରାଜନୈତିକ ଦଳରୁ ଏକ ବଡ଼ ସଙ୍କେତ ସାମ୍ନାକୁ ଆସିଛି। କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଦୂରତା ବୃଦ୍ଧି ନେଇ ରାଜନୈତିକ ମହଲ ଯେଉଁ ପୂର୍ବାନୁମାନ କରୁଥିଲେ, ତାହା ଆଦୌ ଅମୂଳକ ନୁହେଁ ବୋଲି ସଙ୍କେତ ମିଳିଛି। ଆଜି ତୃଣମୂଳ କଂଗ୍ରେସ ସ୍ପଷ୍ଟ କରିଛି ଯେ ତୃଣମୂଳ କଂଗ୍ରେସ ମିଳିତ ବିରୋଧୀ ଦଳର ଅଂଶ ହୋଇ ରହିବ। ଏଥିରେ କାହାର ଦ୍ବନ୍ଦ୍ବ ରହିବା ଉଚିତ୍ ନୁହେଁ। ହେଲେ ସାଂସଦ ଡେରେକ୍ ଓ ବ୍ରାଏନ୍ କହିଛନ୍ତି ଯେ କଂଗ୍ରେସ ସହିତ ତୃଣମୂଳ କଂଗ୍ରେସର ସମୀକରଣ ଅନ୍ୟ ଦଳ ସହିତ ସମାନ ନୁହେଁ।

ତୃଣମୂଳ କଂଗ୍ରେସ କହିଛି ଯେ କିଛି ସାଧାରଣ ପ୍ରସଙ୍ଗରେ ଟିଏମସି ଏକଜୁଟ୍ ହୋଇ ଲଢ଼ିବ। ହେଲେ ସମସ୍ତେ ଜାଣିବା ଦରକାର ଯେ କଂଗ୍ରେସର ସହଯୋଗୀ ଦଳ ହେଲେ ବି ଆରଜେଡି, ଡିଏମକେ, ସିପିଏମ୍ ହେଉ କି କଂଗ୍ରେସ ସହିତ ସରକାର ଚଳାଉଥିବା ଏନସିପି, ଶିବସେନା ଅଥବା ଜେଏମଏମ୍ ହୁଅନ୍ତୁ ସମସ୍ତଙ୍କ ମଧ୍ୟରେ କିଛି ନି କିଛି ପାର୍ଥକ୍ୟ ରହିଛି। ଏ ଦୃଷ୍ଟିରୁ ତୃଣମୂଳ କଂଗ୍ରେସ ଟିକିଏ ଭିନ୍ନ। କାରଣ ନା ସେ କଂଗ୍ରେସର ନିର୍ବାଚନ ସହଯୋଗୀ ନା ତାଙ୍କ ସହିତ ସରକାରରେ ଅଛି।

୨୦୧୨ ମସିହାରେ ତୃଣମୂଳ କଂଗ୍ରେସ ଡିଜେଲ ମୂଲ୍ୟ ବୃଦ୍ଧି ଆଦି ପ୍ରସଙ୍ଗରେ ମିଳିତ ମଞ୍ଚରୁ ବାହାରି ଆସିଥିଲା। ୨୦୧୪ ପର୍ଯ୍ୟନ୍ତ ଉପା ସରକାର ସମାଜବାଦୀ ପାର୍ଟି, ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିର ବାହ୍ୟ ସମର୍ଥନରେ ବଞ୍ଚିଥିଲା। ଏବେ ତୃଣମୂଳ କଂଗ୍ରେସ-କଂଗ୍ରେସ କିଛି ଦିନ ଧରି ପାଖାପାଖି ହେଉଥିବା ଦେଖାଯିବା ପରେ ଏବେ ଉଭୟଙ୍କ ମଧ୍ୟରେ ପୁଣି ଦୂରତା ବୃଦ୍ଧି ପାଇଛି। ବରଂ କଂଗ୍ରେସ ଭିତରେ ଥିବା ଅସନ୍ତୁଷ୍ଟରୁ ଟିଏମସି ନେତ୍ରୀ ମମତା ବାନାର୍ଜୀ ଫାଇଦା ଗୋଟାଇବା ଆରମ୍ଭ କରିଛନ୍ତି। ନିକଟରେ ମେଘାଳୟରେ ମୁକୁଲ ସାଙ୍ଗମାଙ୍କ ନେତୃତ୍ବରେ ୧୨ କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେଇଛନ୍ତି। ଆଜି ଟିଏମସି ତ୍ରିପୁରାରେ ନିଜକୁ ବିରୋଧୀ ଦଳ ବୋଲି ଘୋଷଣା କରିଛି। କାରଣ ସେଠାରେ ଏକଦା ଶାସନରେ ଥିବା ସିପିଏମ୍ ତୁଳନାରେ ଦଳ ଅଧିକ ଭୋଟ ହାସଲ କରିଛି।

ଏହା ପଛରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଥିବା ଜଣାପଡିଛି। ଉଭୟ ଗୋଆ ଓ ତ୍ରିପୁରାରେ ୨୦୨୩ ମତଦାନ ପାଇଁ ବିସ୍ତୃତ ରଣନୀତିରେ ଏବେ ରହିଛି ଟିଏମସି।

ଉଲ୍ଲେଖଥାଉକି, ଗତ ସପ୍ତାହରେ ମମତା ନୂଆଦିଲ୍ଲୀ ଗସ୍ତରେ ଯିବା ସମୟରେ ସୋନିଆ ଗାନ୍ଧୀଙ୍କୁ ଭେଟିନଥିଲେ। ବରଂ ଗଣମାଧ୍ୟମକୁ ଖୋଲାଖେଲାି କହିଥିଲେ ଯେ ତାଙ୍କ ସହିତ ଭେଟଘାଟ କରିବା ବାଧ୍ୟତାମୂଳକ ନୁହେଁ। ଏହା ପରେ ମମତା-ସୋନିଆ ପରସ୍ପରଠାରୁ ଦୂରେଇ ଯାଇଥିବା ସୂଚନା ମିଳିଥିଲା।

Leave A Reply

Your email address will not be published.