ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଚିନ୍ତା ବଢାଇଲେ ଦକ୍ଷିଣ ଆଫ୍ରିକା ଫେରନ୍ତା!

0

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ‘ଓମିକ୍ରନ’ ଭ୍ୟାରିଆଣ୍ଟ ଚିହ୍ନଟ ପରେ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି। ନୂଆ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ଚିନ୍ତାରେ । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଜଣାପଡିଛି। ତେବେ ଏଯାଏ ସେ ଓମିକ୍ରନ ଭ୍ୟାରିଆଣ୍ଟରେ ଆକ୍ରାନ୍ତ କି ନାହିଁ ତାହା ଜଣାପଡିନି। ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି।

କଲ୍ୟାଣ ଡୋମ୍ବଲି ମ୍ୟୁନିସିପାଲଟି (କେଡିଏମସି)ଅଧିକାରୀମାନେ କହିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକରୁ ଥାନେ ଜିଲ୍ଲାର ଡୋମ୍ବଲିକୁ ଫେରିଛନ୍ତି।ଅଧିକାରୀମାନେ ଏହା ବି କହିଛନ୍ତି ଯେ, ଏଯାଏ ଏହା ଓମିକ୍ରନ ଭ୍ୟାରିଆଣ୍ଟ କି ନାହିଁ ତାହା ନିଶ୍ଚିତ ହୋଇନାହିଁ। ଏହି ବ୍ୟକ୍ତି ଜଣକ ନଭେମ୍ବର ୨୪ରେ ଦକ୍ଷିଣଆଫ୍ରିକାରୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ସେ କାହା ସଂସ୍ପର୍ଶରେ ଆସିନଥିବା ମଧ୍ୟ କହିଛନ୍ତି କେଡିଏମସିର ମେଡିକାଲ ଅଫିସର ଡାକ୍ତର ପ୍ରତିଭା ପାନପାଟିଲ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟବିଭାଗ ବି ସମ୍ପୂର୍ଣ୍ଣ ଆଲର୍ଟ ଥିବା ସେ କହିଛନ୍ତି।

କୋଭିଡର ନୂଆ ଭ୍ୟାରିଆଣ୍ଟ ବି. ୱାନ.ୱାନ.୫୨୯ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ନ ଅର୍ଥାତ ଚିନ୍ତାଜନକ ବୋଲି ଘୋଷଣା କରିଛି। କରୋନାର ତୃତୀୟ ଲହର ଆଶାଙ୍କାକୁ ବଢାଇଦେଇଛି କୋଭିଡର ଏହି ନୂଆ ପ୍ରଜାତି। ଓମିକ୍ରନକୁ ପୂରା ଆଲର୍ଟରେ ଭାରତ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଗୁଡିକୁ ଚିଠି ଲେଖି ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ କହିଛନ୍ତି।

ସେହିପରି ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ। ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରୀ ସମ୍ପର୍କିତ ବିବରଣୀ ଦେବାକୁ ପଡିବ। ସେହିଭଳି ଏୟାର ସୁବିଧା ପୋର୍ଟାଲରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ। ଏହି ରିପୋର୍ଟ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା। ଡିସେମ୍ବର ପହିଲାରୁ ଏହି ଗାଇଡଲାଇନ ଲାଗୁ ହେବ।

Leave A Reply

Your email address will not be published.