ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଅକ୍ଷୟଙ୍କ ବାକି ଫିଲ୍ମରୁ ଭିନ୍ନ ପୃଥ୍ୱୀରାଜ? ଜାଣନ୍ତୁ କାହିଁକି

0

ମୁମ୍ବାଇ: ବଲିଉଡ୍‌ର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ବର୍ଷକ ଭିତରେ ଅନେକ ଫିଲ୍ମ ରିଲିଜ ହୋଇଥାଏ। ଫ୍ୟାନ୍ସଙ୍କ ନଜରରୁ କେବେ ବି ହଟନ୍ତି ନାହିଁ ଅକ୍ଷୟ କାରଣ ତାଙ୍କର ଗୋଟିଏ ଫିଲ୍ମ ଯାଉ ଯାଉ ଆଉ ଗୋଟେ ଫିଲ୍ମ ପଳାଇ ଆସିଥାଏ। ବର୍ଷକରେ ଅନେକ ଫିଲ୍ମ ପାଇଁ ଅକ୍ଷୟ ସାଇନ କରିଥାନ୍ତି। ତେବେ ଏବେ ତାଙ୍କ ଫିଲ୍ମ ‘ପୃଥ୍ୱୀରାଜ’କୁ ଜୋରସୋରରେ ଚର୍ଚ୍ଚା।

କୁହାଯାଉଛି ଯେ ଅକ୍ଷୟଙ୍କ ଅନ୍ୟ ଫିଲ୍ମ ଅପେକ୍ଷା ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଭିନ୍ନ। ଅକ୍ଷୟ କୁମାର ନୂଆ ଫିଲ୍ମ ପାଇଁ ଯେତିକି ଜଲଦି ସାଇନ କରନ୍ତି ,ସେତେ ଜଲଦି ତାର ସୁଟିଂ ମଧ୍ୟ ଶେଷ କରିଥାନ୍ତି। ଅକ୍ଷୟ ପୂରା ନିୟମ ଓ ସମୟ ସହ ଚାଲିଥାନ୍ତି। ଏହି କାରଣରୁ ସେ ନିଜ ପରିବାରକୁ ଭରପୁର ସମୟ ଦେଇପାରିଥାନ୍ତି। କିନ୍ତୁ ଶୁଣିବାକୁ ମିଳୁଛି ଯେ ‘ପୃଥ୍ୱୀରାଜ’ ମାମଲାରେ ସବୁ କିଛି ବଦଳିଯାଇଛି।

ପୃଥ୍ୱୀରାଜ ଫିଲ୍ମର ସୁଟିଂ ବହୁତ ଲମ୍ବା ସମୟ ଲାଗିଛି। ସୂଚନା ଅନୁସାରେ ‘ପୃଥ୍ୱୀରାଜ’ ଫିଲ୍ମର ସୁଟିଂ ପାଇଁ ଅକ୍ଷୟଙ୍କୁ ୧୧୦ ଦିନ ଲାଗିଛି। ସାଧାରଣ ଗୋଟିଏ ଫିଲ୍ମର ସୁଟିଂ ଶେଷ କରିବାକୁ ଅକ୍ଷୟଙ୍କୁ ୩୦ରୁ ୪୦ ଦିନ ଲାଗିଥାଏ। ସେଥିପାଇଁ ତାଙ୍କର ଅନେକ ନୂଆ ଫିଲ୍ମ ବର୍ଷକ ମଧ୍ୟରେ ପରଦାକୁ ଆସିପାରେ। କିନ୍ତୁ ଏହି ଫିଲ୍ମ ସବୁ କିଛି ବଦଳାଇଦେଇଛି। ଜାଣିବାକୁ ମିଳିଛି ଯେ, ପୃଥ୍ୱୀରାଜରେ ଭିଏଫକ୍ସ ବହୁତ ବ୍ୟବହାର ହୋଇଛି। ଏଥିପାଇଁ ଫିଲ୍ମର ଅଧିକାଂଶ ସିନ୍ ଗ୍ରୀନ୍ କ୍ରୋମାରେ ସୁଟ୍ କରାଯାଇଛି।

ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଫିଲ୍ମ ପୃଥ୍ୱୀରାଜର ଏବେ ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି। ସାଉଥ ଆଫ୍ରିକାର ଆକ୍ସନ ଡାଇରେକ୍ଟର ଫ୍ରାଞ୍ଜ ସ୍ୱିଲହସ ଫିଲ୍ମର ଆକ୍ସନ ସିନ୍‌ର କୋରିଓଗ୍ରାଫ କରିଛନ୍ତି। ଏହା ପର୍ବରୁ ସେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ‘ଫୋର୍ସ’ ଓ ‘କମାଣ୍ଡୋ’ ପରି ଆକ୍ସନ ଫିଲ୍ମର ଆକ୍ସନ ସିନର କୋରିଓଗ୍ରାଫ କରିଥିଲେ। ୨୦୨୨, ଜାନୁଆରି ୨୧ରେ ଫିଲ୍ମକୁ ସିନେମା ହଲରେ ରିଲିଜ କରିବା ନେଇ ଏବେ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.