ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିଦେଶରେ ଭାରତର ଗୌରବ ଗୀତା ଗୋପିନାଥ

0

ବିଦେଶ ମାଟିରେ ଭାରତୀୟଙ୍କ ରାଜ୍ । ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି(ଆଇଏମଏଫ)ର ବଡ଼ ଘୋଷଣା । ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ହେବେ ଆଇଏମଏଫର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର । ଆସନ୍ତା ଜାନୁଆରୀ ୨୧ ତାରିଖରୁ ସେ ଏହି ପଦର ଦାୟିତ୍ୱ ସମ୍ଭାଳିବେ । ଆଇଏମଏଫଓ ପକ୍ଷରୁ କୁହାଯାଇଛି ଯେ, ବର୍ତମାନର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଜିଓଫ୍ରେ ଓକାମୋଟେ ୨୦୨୨ ଆରମ୍ଭରେ ତାଙ୍କ ପଦରୁ ଇସ୍ତଫା ଦେବେ । ଏବଂ ତାଙ୍କ ସ୍ଥାନରେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟରତ ଥିବା ଗୀତା ଗୋପିନାଥ ନିଯୁକ୍ତ ହେବେ ।

ଗୀତା ଗୋପିନାଥ ୩ ବର୍ଷ ଧରି ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାମ କରିଆସୁଛନ୍ତି । ୨୦୨୨ରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଗୀତା ଗୋପିନାଥଙ୍କୁ ପୁନଃ ଏକାଡେମିକ କାର୍ଯ୍ୟ କରିବାର ଥିଲା । କିନ୍ତୁ ତା ପୂର୍ବରୁ ତାଙ୍କୁ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଭାବେ ପଦୋନ୍ନତି ମିଳିଛି । ଆଇଏମଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣାଲିନା ଜିଓଗ୍ରାଭିଆ କହିଛନ୍ତି ଯେ, ଗୀତା ଗୋପିନାଥ ହେଉଛନ୍ତି ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ । ଗୀତା ଗୋପିନାଥଙ୍କ ପଦୋନ୍ନତି ନେଇ ସେ ଖୁସି ଜାହିର କରିଛନ୍ତି ।

ତେବେ ବିଦେଶ ମାଟିରେ ଭାରତୀୟଙ୍କ କମାଲ ଦେଖିବାକୁ ମିଳିଆସୁଛି । ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀର ବସ ଏବେ ଭାରତୀୟ । କିଛି ଦିନ ତଳେ ଟୁଇଟର ସିଇଓ ଭାବେ ପରାଗ ଅଗ୍ରୱାଲଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । । ବଡ଼ ବଡ଼ ପଦବୀରେ ନିଯୁକ୍ତି ହୋଇ ଭାରତୀୟଙ୍କ ଏଭଳି ସଫଳତା ଦେଶର ଗୌରବ ବଢାଇଛି ।

Leave A Reply

Your email address will not be published.