ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ବିଦେଶରେ ଭାରତର ଗୌରବ ଗୀତା ଗୋପିନାଥ

0

ବିଦେଶ ମାଟିରେ ଭାରତୀୟଙ୍କ ରାଜ୍ । ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି(ଆଇଏମଏଫ)ର ବଡ଼ ଘୋଷଣା । ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ହେବେ ଆଇଏମଏଫର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର । ଆସନ୍ତା ଜାନୁଆରୀ ୨୧ ତାରିଖରୁ ସେ ଏହି ପଦର ଦାୟିତ୍ୱ ସମ୍ଭାଳିବେ । ଆଇଏମଏଫଓ ପକ୍ଷରୁ କୁହାଯାଇଛି ଯେ, ବର୍ତମାନର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଜିଓଫ୍ରେ ଓକାମୋଟେ ୨୦୨୨ ଆରମ୍ଭରେ ତାଙ୍କ ପଦରୁ ଇସ୍ତଫା ଦେବେ । ଏବଂ ତାଙ୍କ ସ୍ଥାନରେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟରତ ଥିବା ଗୀତା ଗୋପିନାଥ ନିଯୁକ୍ତ ହେବେ ।

ଗୀତା ଗୋପିନାଥ ୩ ବର୍ଷ ଧରି ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାମ କରିଆସୁଛନ୍ତି । ୨୦୨୨ରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଗୀତା ଗୋପିନାଥଙ୍କୁ ପୁନଃ ଏକାଡେମିକ କାର୍ଯ୍ୟ କରିବାର ଥିଲା । କିନ୍ତୁ ତା ପୂର୍ବରୁ ତାଙ୍କୁ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଭାବେ ପଦୋନ୍ନତି ମିଳିଛି । ଆଇଏମଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣାଲିନା ଜିଓଗ୍ରାଭିଆ କହିଛନ୍ତି ଯେ, ଗୀତା ଗୋପିନାଥ ହେଉଛନ୍ତି ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ । ଗୀତା ଗୋପିନାଥଙ୍କ ପଦୋନ୍ନତି ନେଇ ସେ ଖୁସି ଜାହିର କରିଛନ୍ତି ।

ତେବେ ବିଦେଶ ମାଟିରେ ଭାରତୀୟଙ୍କ କମାଲ ଦେଖିବାକୁ ମିଳିଆସୁଛି । ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀର ବସ ଏବେ ଭାରତୀୟ । କିଛି ଦିନ ତଳେ ଟୁଇଟର ସିଇଓ ଭାବେ ପରାଗ ଅଗ୍ରୱାଲଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । । ବଡ଼ ବଡ଼ ପଦବୀରେ ନିଯୁକ୍ତି ହୋଇ ଭାରତୀୟଙ୍କ ଏଭଳି ସଫଳତା ଦେଶର ଗୌରବ ବଢାଇଛି ।

Leave A Reply

Your email address will not be published.