ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଆଜି ବି ଚାଲିପାରିଲାନି ଗୃହ

0

ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ତିନି ଦିନ ହେବ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ପରେ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

ଆଜି ଗୃହ ଆରମ୍ଭରୁ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ବିରୋଧୀ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜିଦରେ ଅଡି ବସିଛନ୍ତି । ବିଜେପି ସଦସ୍ୟ କହିଥିଲେ ଯେ, ମନ୍ତ୍ରୀ ଗୃହକୁ ପ୍ରବେଶ କରି ପବିତ୍ର ଗୃହକୁ ଅପବିତ୍ର କରିଛନ୍ତି । ତେଣୁ ବିଜେପି ବିଧାୟକ ଗୋବର ପାଣି ଓ ଗଙ୍ଗାଜଳ ବିଧାନସଭାରେ ପକାଇ ପବିତ୍ର କରିଥିଲେ । ଲଗାତର ତୃତୀୟ ଦିନ ହେବ ଗୃହକୁ ଚଲାଇଦେଉନାହାଁନ୍ତି ବିରୋଧୀ । ଗୁରୁବାର ଦିନ ଗୃହରେ ବିରୋଧୀ ମାନେ ଏମିତି ହଙ୍ଗାମା କରିଥିଲେ ଗୃହ ଚାଲିବା ସମ୍ଭବ ହୋଇପାରିନଥିଲା । ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ ଗୃହ ଚାଲିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୧୩ ମିନିଟ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା । ସେପଟେ ବିଜେଡି କହିଛି ଯେ,ସରକାର ସମସ୍ତ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ଜାଣିଶୁଣି ଗୃହକୁ ଚଲାଇଦେଉନାହାଁନ୍ତି ।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ଦରଦାମ ବୃଦ୍ଧିକୁ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଅବହେଳା ଅଭିଯୋଗର ଶାସକ ଦଳର ସଦସ୍ୟ ମାବେ ବିଧାନସଭାରୁ ବାହାରି ରାଜଭବନ ଯାଏଁ ଚାଲି ଚାଲି ଯାଇଥିଲେ ଏବଂ ଧାରଣା ଦେଇଥିଲେ । ସେହିପରି ଗତକାଲି ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଦରଦାମ ବୃଦ୍ଧି, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକ ଧାରଣା ଦେଇଥିଲେ ।

ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ଦାୟୀ କରିଛି ବିଜେଡି । ସେହିଭଳି ରାଜଭବନ ସମ୍ମୁଖରେ ପେଟ୍ରୋଲ ,ଡିଜେଲ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା । ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ମଧ୍ୟ ପାୱାର ହାଉସ ଛକରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରତିବାଦ କରାଯାଉଛି ।

Leave A Reply

Your email address will not be published.