ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମଡେଲିଂରେ ଡେବ୍ୟୁ କଲେ କ୍ରିକେଟ୍ ତାରକାଙ୍କ ଝିଅ

0

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଶେଷରେ ମଡେଲିଂରେ ପାଦ ଥୋଇଛନ୍ତି। ସାରା ତେନ୍ଦୁଲକର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ କମ୍ପାନୀର ବିଜ୍ଞାପନରେ ନଜର ଆସିଛନ୍ତି। ସାରା ଏକ ପୋଷାକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିବା ଦେଖିବାକୁ ମିଳିଛି।

ସାରା ତେନ୍ଦୁଲକର ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ନିଜ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ସାରାଙ୍କ ସହ ଏହି ବିଜ୍ଞାପନ ଭିଡିଓରେ ଅନ୍ୟ ଦୁଇ ଜଣ ମଡେଲ ବି ନଜର ଆସିଛନ୍ତି। କମ୍ପାନି ପକ୍ଷରୁ ମଧ୍ୟ ସାରାଙ୍କ ଏକ ଫଟୋ ପୋଷ୍ଟ କରାଯାଇଛି। ନିକଟରେ ହିଁ ସାରା ତେନ୍ଦୁଲକରଙ୍କ ଏକ ଡେଟ ନାଇଟ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କୁ ବଲିଉଡ ଗାୟକ କନିକା କପୁରଙ୍କ ସହ ଦେଖିବାକୁ ମିଳିଥିଲା। ସାରା ଅଧିକାଂଶ ସମୟ ଲଣ୍ଡନରେ ହିଁ ରହିଥାନ୍ତି। ଯେଉଁଠୁ ସେ ଲଗାତର ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି।

ସାରା କିଛି ଦିନ ପୂର୍ବରୁ ନିଜ ପରିବାର ସହ ଏକ ସ୍ପେଶାଲ ଡିନର କରିଥିଲେ। ଯାହାର ଫଟୋ ସଚିନ ତେନ୍ଦୁଲକର ପୋଷ୍ଟ କରିଥିଲେ। ଅଞ୍ଜଳୀ ତେନ୍ଦୁଲକର ଜନ୍ମଦିନ ଅବସରରେ ଡିନର ସମୟର ଏହି ଫଟୋ ସେୟାର କରାଯାଇଥିଲା। ନଭେମ୍ବର ୧୦ ତାରିଖରେ ନିଜ ପରିବାର ସହିତ ଗୁଜରାଟ ରେଷ୍ଟୁରାଣ୍ଟରେ ନଜର ଆସିଥିଲେ ସାରା। ସାରା ଲଣ୍ଡନରେ ରହୁଥିବା ବେଳେ ମାଆଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇ ଆସିଥିଲେ।

Leave A Reply

Your email address will not be published.