ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ରାଓ୍ବତଙ୍କ ଶେଷକୃତ୍ୟ ଆଜି

0

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ ଜେନେରାଲ ବିପିନ ରାୱତ ଓ ପତ୍ନୀ ମଧୁଲିକା। ଦିଲ୍ଲୀ ପାଲମ ବିମାନବନ୍ଦରରେ ମରଶରୀର ପହଞ୍ଚିବା ପରେ କାମରାଜ ମାର୍ଗ ସ୍ଥିତ ବାସଭବନକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଛି। ସକାଳ ୧୧ରୁ ସାଧାରଣ ଜନତା ରାୱତ ଦମ୍ପତ୍ତିଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଏହା ପରେ ସେନା ଅଧିକାରୀ ୧୨ଟା ୩୦ରୁ ୧ଟା ୩୦ ଯାଏ ସିଡିଏସ ରାୱତଙ୍କ ଦର୍ଶନ କରିପାରିବେ। ଦିନ୨ଟାରେ ଦିଲ୍ଲୀ କ୍ୟାଂଟ ବରାଡ ଚୌକରେ ସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର କରାଯିବ।

ସିଡିଏସ ଜେନେରାଲ ବିପିନ ରାୱତ,ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ଏଲଏସ ଲିଡରଙ୍କ ସମେତ ୧୦ ଜଣ ପାର୍ଥିବ ଶରୀର ଗୁରୁବାର ସନ୍ଧ୍ୟାରେ ସେନାର
ବିମାନରେ ଦିଲ୍ଲୀ ପାଲମ ବିମାନବନ୍ଦରରେ ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ତିନି ସେନାର ପ୍ରମୁଖ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏପର୍ଯ୍ୟନ୍ତ କେବଳ ୩ଟି ମୃତଦେହ ଚିହ୍ନଟ କରାଯାଇଛି। ଯେଉଁଥିରେ ସିଡିଏସ ଜେନେରାଲ ବିପିନ ରାୱତ,ପତ୍ନୀ ମଧୁଲିକା ରାୱତ ଓ ବିଗ୍ରେଡିୟର ଏଲଏସ ଲିଡର ଅଛନ୍ତି। ଅବଶିଷ୍ଟ ମୃତଦେହ ଚିହ୍ନଟ ପାଇଁ ପ୍ରକ୍ରିୟା ଚାଲିଛି। ସେ ପର୍ଯ୍ୟନ୍ତ ମରଶରୀର ଗୁଡିକୁ ଆର୍ମି ବେସ ହସ୍ପିଟାଲ ମାର୍ଗରେ ରଖାଯିବ। ବୁଧବାର ସକାଳେ ତାମିଲନାଡୁ କୁନ୍ନୁରରେ ବଡ଼ ଦୁର୍ଘଟଣା ଘଟିଥିଲା । ଏମଆଇ୧୭ ଭି ୫ ସେନା ହେଲିକପ୍ଟର ଦୁର୍ଘଟଣା ଫଳରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ଦୁର୍ଘଟଣାରୁ ଜଣେ
ବଞ୍ଚିଯାଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହ ଏବେ ଗୁରୁତର ଭାବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.