ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଜି ଗଞ୍ଜାମରେ ନେତାଙ୍କ ସହିତ ଖାଇବେ ନବୀନ

0

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବାଣ୍ଟିବେ। ନିଜ ଜିଲ୍ଲା ପାଇଁ ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ଧରି ଯାଉଛନ୍ତି ମୁଖ୍ୟମନ୍ତ୍ରୀ। କିଛି ପ୍ରକଳ୍ପର ଶୁଭ ଉଦଘାଟନ ହେବ, ଆଉ କେତୋଟିର ଶିଳାନ୍ୟାସ କରାଯିବ। ତେବେ ଗସ୍ତର ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ମୁଖ୍ୟମନ୍ତ୍ରୀ ମାଆ ତାରାତାରିଣୀଙ୍କ ପୀଠରେ ଦର୍ଶନ କରିବେ ଓ ଜିଲ୍ଲାର ସମସ୍ତ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ସାମୂହିକ ପ୍ରସାଦସେବନ କରିବେ। କିଛି ବିକାଶ କାର୍ଯ୍ୟର ତଦାରଖ ବି କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ତ୍ରୁଟିଶୂନ୍ୟ କରିବା ଲାଗି ପୁଲିସ ବଡ ଯୋଜନା କରିଛି। ବିରୋଧୀ ରାଜନୈତିକ ଦଳ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ କରନ୍ତି, ବିଭ୍ରାଟ ନ ଉପୁଜାନ୍ତି, ତାହାକୁ ନଜରରେ ରଖି ପ୍ରଶାସନ ସମୁଦାୟ ଦିଗକୁ ତନ୍ନ ତନ୍ନ କରି ଦେଖୁଛି। ପାଖାପାଖି ସପ୍ତାହେ ହେଲାଣି ଏହା ଉପରେ କସରତ ଚଳାଇଛି ଜିଲ୍ଲା ପ୍ରଶାସନ ଓ ପୁଲିସ। ଏପରିକି ମନ୍ଦିର ଉପରକୁ ଯିବା ରାସ୍ତା ଓ ମୁଖ୍ୟଫାଟକ ମଧ୍ୟରେ ପୁଲିସ ଏକ ମକଡ୍ରିଲ୍ କରିଛି।

ଯୋଜନା ଅନୁସାରେ, ମୁଖ୍ୟମନ୍ତ୍ରୀ ସକାଳ ୧୧ଟା ୫୫ ମିନିଟ୍‌ରେ ବୃନ୍ଦାବନ ଖେଳପଡ଼ିଆ ଠାରେ ଅବତରଣ କରି ମନ୍ଦିର ଅଭିମୁଖେ ଯିବେ।ଏସପି ନିଜେ ରହି ସ୍ଥିତି ନିୟନ୍ତ୍ରଣ କରିବେ। ତାଙ୍କ ସହିତ ୨ ଜଣ ଅତିରିକ୍ତ ଏସ୍‌.ପି., ୪ ଜଣ ଡିଏସ୍‌ପି, ୧୬ ପ୍ଲାଟୁନ୍ ଫୋର୍ସ, ୧୦୦ ଜଣ ହୋମ୍‌ଗାର୍ଡ଼, ୧୮ ଜଣ ଇନ୍ସପେକ୍ଟର୍, ୩୬ ଜଣ ଏସ୍‌ଆଇ ଓ ୬୪ ଜଣ କନ‌‌ଷ୍ଟେବଳ ନିୟୋଜିତ ରହିବେ।

Leave A Reply

Your email address will not be published.