ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆଜି ଗଞ୍ଜାମରେ ନେତାଙ୍କ ସହିତ ଖାଇବେ ନବୀନ

0

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବାଣ୍ଟିବେ। ନିଜ ଜିଲ୍ଲା ପାଇଁ ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ଧରି ଯାଉଛନ୍ତି ମୁଖ୍ୟମନ୍ତ୍ରୀ। କିଛି ପ୍ରକଳ୍ପର ଶୁଭ ଉଦଘାଟନ ହେବ, ଆଉ କେତୋଟିର ଶିଳାନ୍ୟାସ କରାଯିବ। ତେବେ ଗସ୍ତର ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ମୁଖ୍ୟମନ୍ତ୍ରୀ ମାଆ ତାରାତାରିଣୀଙ୍କ ପୀଠରେ ଦର୍ଶନ କରିବେ ଓ ଜିଲ୍ଲାର ସମସ୍ତ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ସାମୂହିକ ପ୍ରସାଦସେବନ କରିବେ। କିଛି ବିକାଶ କାର୍ଯ୍ୟର ତଦାରଖ ବି କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ତ୍ରୁଟିଶୂନ୍ୟ କରିବା ଲାଗି ପୁଲିସ ବଡ ଯୋଜନା କରିଛି। ବିରୋଧୀ ରାଜନୈତିକ ଦଳ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ କରନ୍ତି, ବିଭ୍ରାଟ ନ ଉପୁଜାନ୍ତି, ତାହାକୁ ନଜରରେ ରଖି ପ୍ରଶାସନ ସମୁଦାୟ ଦିଗକୁ ତନ୍ନ ତନ୍ନ କରି ଦେଖୁଛି। ପାଖାପାଖି ସପ୍ତାହେ ହେଲାଣି ଏହା ଉପରେ କସରତ ଚଳାଇଛି ଜିଲ୍ଲା ପ୍ରଶାସନ ଓ ପୁଲିସ। ଏପରିକି ମନ୍ଦିର ଉପରକୁ ଯିବା ରାସ୍ତା ଓ ମୁଖ୍ୟଫାଟକ ମଧ୍ୟରେ ପୁଲିସ ଏକ ମକଡ୍ରିଲ୍ କରିଛି।

ଯୋଜନା ଅନୁସାରେ, ମୁଖ୍ୟମନ୍ତ୍ରୀ ସକାଳ ୧୧ଟା ୫୫ ମିନିଟ୍‌ରେ ବୃନ୍ଦାବନ ଖେଳପଡ଼ିଆ ଠାରେ ଅବତରଣ କରି ମନ୍ଦିର ଅଭିମୁଖେ ଯିବେ।ଏସପି ନିଜେ ରହି ସ୍ଥିତି ନିୟନ୍ତ୍ରଣ କରିବେ। ତାଙ୍କ ସହିତ ୨ ଜଣ ଅତିରିକ୍ତ ଏସ୍‌.ପି., ୪ ଜଣ ଡିଏସ୍‌ପି, ୧୬ ପ୍ଲାଟୁନ୍ ଫୋର୍ସ, ୧୦୦ ଜଣ ହୋମ୍‌ଗାର୍ଡ଼, ୧୮ ଜଣ ଇନ୍ସପେକ୍ଟର୍, ୩୬ ଜଣ ଏସ୍‌ଆଇ ଓ ୬୪ ଜଣ କନ‌‌ଷ୍ଟେବଳ ନିୟୋଜିତ ରହିବେ।

Leave A Reply

Your email address will not be published.