ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ଚାଲିଛି, ଓମିକ୍ରନକୁ ଆମନ୍ତ୍ରଣ

0

ନୂଆଦିଲ୍ଲୀ/ ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଦେଶ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ୍। ପୂରା ବିଶ୍ବରେ ଆତଙ୍କ ଖେଳାଇଲାଣି। ଆଶ୍ବସ୍ତିର କଥା ହେଲା, ଓଡ଼ିଶା ଉପରେ ଓମିକ୍ରନ ନଜର ଏଯାଏ ପଡ଼ିନାହିଁ। କିନ୍ତୁ ଭୟ ବଢ଼ିଲାଣି। କାରଣ ଭାରତର ଯେଉଁ ଦୁଇଟି ସ୍ଥାନରେ ଓମିକ୍ରନ ଶାଖା ମେଲାଉଛି, ସେସବୁ ସହର ବେଙ୍ଗାଲୁର ଏବଂ ମୁମ୍ବାଇ ସହିତ ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥା ନିୟମିତ ଥାଏ। ଏକାଧିକ ବିମାନ ଯାତାୟତ କରୁଛି। ଏଣୁ ଓଡ଼ିଶାରେ ଏହି ଭୁତାଣୁ ପହଞ୍ଚିବା ଲାଗି ବେଶୀ ସମୟ ଲାଗିବ ନାହିଁ.

ସବୁଠାରୁ ସମ୍ବେଦନଶୀଳ କଥା ହେଲା, ଓଡ଼ିଶାରେ କରୋନାର ଉପସ୍ଥିତି ନାହିଁ ଜାଣି ଏମିତି ଭାବେ କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି, ତାହା ଭାରତ ବର୍ଷରେ ବିରଳ। ମମିତା ପ୍ରସଙ୍ଗକୁ ଧରି ବିଜେପି ଓ କଂଗ୍ରେସର ଶୋଭାଯାତ୍ରା ହେଉ କି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମ ସବୁଠାରେ ଲୋକଙ୍କ ମୁହଁରେ ମାସ୍କ ନଥିଲା। କେହି କୋଭିଡ୍ ନିୟମକୁ ମାନିନାହାନ୍ତି। ଏସବୁ ଗହଳି ଓ ରାଜନୈତିକ କାର୍ଯ୍ୟକ୍ରମ ଏବେ ଓମିକ୍ରନ ସଂକ୍ରମଣକୁ ବହୁଗୁଣିତ କରିଦେଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ହେଲେ ଏ ସଂକ୍ରାନ୍ତରେ ରାଜ୍ୟରେ ଯେଭଳି ସରକାର ତନାଘନା କରିବା କଥା ତାହା ଦେଖାଯାଉନାହିଁ। ଏହି ସାମାନ୍ୟ ମୁକୁଳା ସ୍ଥିତି କୋଭିଡର ଏହି ନୂଆ ପ୍ରଜାତିର ବିସ୍ତାର କରିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କେନ୍ଦ୍ରର ରିପୋର୍ଟ କହୁଛି, ୧୦ ରାଜ୍ୟର ୨୭ଟି ଜିଲ୍ଲାରେ କରୋନାର ଟେଷ୍ଟ୍‌ ପଜିଟିଭ୍‌ ହାର ଖୁବ୍‌ ଅଧିକ ରହିଛି। କେନ୍ଦ୍ର ସରକାର ଏହି ରାଜ୍ୟଗୁଡ଼ିକୁ ସତର୍କ କରିଛନ୍ତି। ପଜିଟିଭ୍‌ ହାର ଅଧିକ ରହୁଥିବା ଜିଲ୍ଲାମାନଙ୍କୁ ଅତି ଭଲଭାବେ ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏବଂ ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି। କେରଳ, ମିଜୋରାମ ଏବଂ ସିକ୍କିମ୍‌ର ୮ଟି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହୁଛି। ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୯ଟି ଜିଲ୍ଲାରେ ଗତ ୨ ସପ୍ତାହରେ ପଜିଟିଭ୍‌ ହାର ୫ ଏବଂ ୧୦ ପ୍ରତିଶତ ମଧ୍ୟରେ ରହିଛି। ପଜିଟିଭ୍‌ ହାର ଅଧିକ ରହୁଥିବା ଜିଲ୍ଲାମାନଙ୍କରେ ‌କୋଭିଡ୍‌ ନିୟମ ଅନୁଯାୟୀ କଟକଣା ଯଥା ନାଇଟ୍‌ କର୍ଫ୍ୟୁ ଓ କଣ୍ଟେନମେଣ୍ଟ୍‌ ଜୋନ୍‌ ଆଦି ଲାଗୁ କରିବା ପାଇଁ ଭୂଷଣ କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଶନିବାର ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ କୋଟି ୬୬ ଲକ୍ଷ ୮୨ ହଜାର ୭୩୬କୁ ବୃଦ୍ଧି ପାଇଛି। ପୂର୍ବ ୨୪ ଘଣ୍ଟାରେ ୩୯୩ ଜଣଙ୍କର କରୋନାରେ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୭୫ ହଜାର ୧୨୮ରେ ପହଞ୍ଚିଛି।
ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୩କୁ ବୃଦ୍ଧି ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଜିମ୍ବାୱେରୁ ଫେରିଥିବା ଜଣେ ବ୍ୟକ୍ତି ଦିଲ୍ଲୀରେ କରୋନାର ଏହି ନୂଆ ପ୍ରଜାତି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଦୁଇଟି ଯାକ ଡୋଜ୍‌ ଟିକା ନେଇଥିଲେ ମଧ୍ୟ ସେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି, କେବଳ ମାସ୍କ ଏବଂ ଟିକା ହିଁ କରୋନା କବଳରୁ ସୁରକ୍ଷା ଦେଇପାରିବ।

Leave A Reply

Your email address will not be published.