ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପଞ୍ଚାୟତ ନିର୍ବାଚନ ପୂର୍ବରୁ କେମିତି ଅଛି ବିଜେପି

0

୨୦୧୭ ପଞ୍ଚାୟତ ନିର୍ବାଚନ ସଫଳତାର ପୁନରାବୃତ୍ତି ହେବ ନା ନାହିଁ

କୋର୍ କମିଟି ଗଠନ ବେଳେ ଗୋଟିଏ ଗୋଷ୍ଠୀକୁ ଅଣଦେଖା

ରାଜ୍ୟକୁ କେନ୍ଦ୍ରର ନାଲିଆଖି ନାହିଁ, ନେତାଙ୍କ ସ୍ବର ବି ଗରମ ନୁହେଁ

ଗତ ନିର୍ବାଚନରେ ଦଳରେ ସାମିଲ ନେତା ବି ମୁହଁ ମୋଡ଼ିଦେଲେଣି

ସାଙ୍ଗ ହୋଇ ନ ଲଢ଼ିଲେ ବିଜେଡିକୁ ମାତ୍ ଦେବା କାଠିକର ପାଠ

ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ। ବିଜୁ ଜନତା ଦଳ ଏହି ନିର୍ବାଚନ ବୈତରଣୀ ପାର ହେବା ଲାଗି ଜୋରଦାର କସରତ ଚଳାଇଛନ୍ତି। ସରକାର ସ୍ବାସ୍ଥ୍ୟ, ଶିକ୍ଷା ଭଳି ବିକାଶମୂଳକ ନୂଆ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇସାରିଲେଣି। ବିଜୁ ଜନତା ଦଳ ଏସବୁକୁ ଲୋକଙ୍କ ପାଖକୁ ନେବ ଓ ଠିକ୍ ସମୟ ଦେଖି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବି ସ୍ବର ଶାଣିତ କରିସାରିଲେଣି।

ହେଲେ ରାଜ୍ୟ ବିଜେପିର ନିର୍ବାଚନ ଷ୍ଟ୍ରାଟେଜି ବା ରଣନୀତି କଣ ହେବ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଗୁରୁତ୍ବପୂର୍ଣ୍ମ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବରେ ଥିବାରୁ ଏଥର ପଞ୍ଚାୟତ ନିର୍ବାଚନରେ କିଏ ଦଳର ମଙ୍ଗ ଧରିବ? ଯଦିଓ ବିଜେପି ରାଷ୍ଟ୍ରୀୟ ସଭାପତି ଇତିମଧ୍ୟରେ କୋର୍ ଟିମ୍ ଗଠନ କରିଛନ୍ତି, ସେଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭଳି ନେତା ନାହାନ୍ତି। ଏମାନେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ? ଏମିତି ଅନେକ ପ୍ରଶ୍ନ ଉପରେ ରାଜନୈତିକ ମହଲରେ ଘମାଘୋଟ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି।

ମମିତା ହତ୍ୟା ପ୍ରସଙ୍ଗରେ ଗର୍ଜନ ତର୍ଜନ କରିବା ପରେ ବିଜେପି ନେତାମାନେ ହାତ ବାନ୍ଧି ବସିଯାଇଛନ୍ତି। ସେମାନଙ୍କ ହାତରେ ଆଉ ସେଭଳି ବଡ ପ୍ରସଙ୍ଗ କିଛି ନାହିଁ। ମମିତା ପ୍ରସଙ୍ଗରେ ମଧ୍ୟ ଯେତେ କମ୍ପିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଆଦୌ ଅନାସ୍ଥା ପ୍ରକଟ କଲେ ନାହିଁ। ଏଭଳି ସ୍ଥଳେ ବିଜେପି କେଉଁ ମାର୍ଗରେ ଏବଂ କି କି ପ୍ରସଙ୍ଗ ଧରି ଯିବ , ସର୍ବୋପରି ୨୦୧୭ ପଞ୍ଚାୟତ ନିର୍ବାଚନ ସଫଳତାର ପୁନରାବୃତ୍ତି କରିବ ନା ତଳକୁ ଖସିବ, ତାହା ଉପରେ ତର୍ଜମା ଜାରି ରହିଛି।

ବିଜେପିର କାର୍ଯ୍ୟକ୍ରମକୁ ନେଇ ଦଳର ଅନେକ ନେତା ଆଦୌ ଖୁସିନାହାନ୍ତି। କିଛି ନେତାଙ୍କର କହିବା କଥା ହେଲା, ବିଜେଡିରେ ତଳସ୍ତର ପର୍ଯ୍ୟନ୍ତ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନେତା ଅଛନ୍ତି। ହେଲେ ଯେବେ କ୍ଷମତା ରାଜନୀତି କଥା ଆସୁଛି, କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିବା ଲାଗି ସୁଯୋଗ ପହଞ୍ଚୁଛି, ସେବେ ପ୍ରାୟ ସମସ୍ତେ ଏକାଠି ହୋଇଯାଉଛନ୍ତି। ବିଜେପିରେ କିନ୍ତୁ ସେମିତି କିଛି କେବେ ମଧ୍ୟ ହେଉନାହିଁ। ବରଂ ଯଦି ଗୋଟିଏ ପ୍ରସଙ୍ଗ ଉଠିଲା, ଆଉ ଦଳେ ତାକୁ ବିରୋଧ କରୁଛନ୍ତି ଅଥବା ନିରବ ରହୁଛନ୍ତି। ପରୀ ହତ୍ୟା ମାମଲା ହେଉ କିମ୍ବା ମାହାଙ୍ଗା ଅବା ମମିତା ମେହେର ମାମଲା ସବୁଥିରେ ଏହି ଗୋଟିଏ କଥା ଦେଖିବାକୁ ମିିଳୁଛି। ସବୁ ନେତା ସଂଗଠିତ ଭାବେ ଲଢିବା ମାନସିକତାରେ କେହି ନାହାନ୍ତି।

ଦ୍ବିତୀୟତଃ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପ ସଭାପତି ଥିବା ବେଳେ ଯେଭଳି ଶାଣିତ ଭାବେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଥିଲେ, ଏବେ ସେସବୁ ଦେଖିବା ସ୍ବପ୍ନ ହୋଇଗଲେଣି। ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ବିଜେପି ନେତା ବିଜେଡି ବିରୋଧରେ ଯେତେ ଜୋରରେ କହିଲେ ବି ତାହା ସାଧାରଣରେ ଗ୍ରହଣନୀୟ ହେଉନାହିଁ। ଦଳର ଜଣେ ବରିଷ୍ଠ ନେତା ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଦଳର ଦ୍ବିତୀୟ ପିଢିକୁ ଧରି ସରକାରକୁ ଆକ୍ରମଣ କରିବା ଲାଗି ବିଜେପି ଯଦି ଉଦ୍ୟମ କରୁଥାଏ, ତେବେ ତାହା ମସ୍ତବଡ ଭୁଲ୍। ଅତୀତରୁ ଦଳ କଣ କିଛି ବି ଶିକ୍ଷା ପାଇନାହିଁ?

ଆଉ ଗୋଟିଏ ମହଲର ମତ ହେଲା, ବିଜେଡି ସରକାର ଧୀରେ ଧୀରେ ବଦନାମ ହେଉଛି। ହେଲେ ଏଥିରେ କେନ୍ଦ୍ରୀୟ ନେତା କିମ୍ବା ସାଂସଦଙ୍କ ଭୂମିକା ବିଶେଷ କିଛି ନାହିଁ। କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ନୂୁଆଦିଲ୍ଲୀରେ ଯେଭଳି ଶାଣିତ ଆକ୍ରମଣ କରିବା ଲାଗି ତାହା ଆଦୌ ପରିଲକ୍ଷିତ ହେଉନାହିଁ। ଯାହା ହୋଇଛି ରାଜ୍ୟ ନେତାମାନେ କରିଛନ୍ତି। ଏପରିକି ଓଡ଼ିଶା ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ମୁହଁ ଖୋଲୁନାହାନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଁ କି ଚୁଁ କିଛି କହୁନାହାନ୍ତି। ଅବଶ୍ୟ ସେ ବିଜେଡି ସହଯୋଗରେ ଜିତିଛନ୍ତି। ହେଲେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ଚୁପ୍ ରହିବା କେଉଁ ରଣନୀତିର ଅଂଶବିଶେଷ ତାହା ଜାଣିବା ମୁସ୍କିଲ୍। ସେହିଭଳି ବିଜେପି ସାଂସଦମାନେ କେନ୍ଦ୍ରରେ, ନୂଆଦିଲ୍ଲୀରେ ଏବଂ ସଂସଦରେ ବିଜେଡି ସରକାର ବିରୋଧରେ ଯେଉଁ ଆଚରଣ ପ୍ରଦର୍ଶନ କରିବା କଥା ତାହା ଏକରକମ ବିଫଳ ବୋଲି କୁହାଯାଇପାରେ। ଅପରାଜିତାଙ୍କୁ ଛାଡିଦେଲେ ରାଜ୍ୟରେ ସରକାର ବିରୋଧରେ ମଧ୍ୟ କେହି ସ୍ବର ତେଜିୟାନ୍ କରିବାକୁ ଚାହୁଁନାହାନ୍ତି। ଏଥିରେ ଦଳର ପ୍ରଭାବ ରାଜ୍ୟରେ ବଢ଼ିବ କେମିତି?

କେବଳ ସେତିକ ନୁହେଁ, କୋର୍ କମିଟି ଗଠନ କରିବା ସମୟରେ ଦଳ ଗୋଷ୍ଠୀବାଦ ଉପରକୁ ଉଠିପାରିଲା ନାହିଁ। ଗୋଟିଏ ପଟେ ଯେଉଁମାନେ ଗତ ନିର୍ବାଚନ ପୂ୍ର୍ବରୁ ବିଜେପିକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଯୁବ ନେତା ପୁଣି ଥରେ ବିଜେଡିକୁ ଫେରିଗଲେଣି। ଏହାଦ୍ବାରା ବାର୍ତ୍ତା ଯାଉଛି ଯେ ନୂଆ ନେତାଙ୍କୁ ପୁରୁଣା ନେତା ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ଆଗକୁ ନୂଆ ଯୁବକ ଦଳରେ ସାମିଲ ହେବା ସମ୍ଭାବନା କ୍ଷୀଣ। ଏପରିସ୍ଥଳେ ସମସ୍ତେ ଯଦି ସାଙ୍ଗ ହୋଇନଯିବେ, ତେବେ ଭିନ୍ନ ବାର୍ତ୍ତା ଯିବ ଓ ବିଜୁ ଜନତା ଭଳି ଶକ୍ତିଶାଳୀ ରାଜନୈତିକ ଶକ୍ତିକୁ ମୁକାବିଲା କରିବା କାଠିକର ପାଠ। ଏସବୁ ବରିଷ୍ଠ ନେତା ବୁଝନ୍ତି। କିନ୍ତୁ ସମସ୍ତେ ଗୋଷ୍ଠୀ ଭିତରେ ଆବଦ୍ଧ ହୋଇଥିବାରୁ ବିଜେପି ଯେତେ ପ୍ରଭାବୀ ହେବା କଥା ତାହା ପରିଲକ୍ଷିତ ହେଉନାହିଁ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

Leave A Reply

Your email address will not be published.