ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଦେଶରେ ଦିନକରେ ୫୮ ହଜାର ସଂକ୍ରମିତ

0

ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଗତ ୨୪ ଘ ।ରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢିବା ଆରମ୍ଭ ହୋଇଥିବା ବେଳେ ଆଜି ଏହା ୬୦ ହଜାର ପାଖାପାଖି ପହଁଞ୍ଚିଛି। ଦୈନିକ ପଜିଟିଭ ରେଟ୍‌ ୪.୧୮%କୁ ବୃଦ୍ଧି ପାଇଛି । ଗତ ୨୪ ଘ ।ରେ ଦେଶରେ ୫୮ ହଜାର ୯୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୩୭ ହଜାର ୩୭୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ପ୍ରାୟ ୨୧ ହଜାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗତକାଲି ତୁଳନାରେ ଆଜିର ସଂକ୍ରମଣ ହାର ୫୫ ପ୍ରତିଶତ ଅଧିକ ।


ନୂଆ ସଂକ୍ରମିତଙ୍କ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩,୫୦,୧୮,୩୫୮ରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୪,୮୨,୫୫୧ରେ ପହଁଞ୍ଚିଛି। ଦେଶରେ ଟିକାକରଣ ସହ କଟକଣା କଡାକଡି କରାଯାଇଥିଲେ ସଂକ୍ରମଣ ଧୀରେ ଧୀରେ ବେକାବୁ ହେବାରେ ଲାଗିଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ୨୪୩ ଓମିକ୍ରନ ଆକ୍ରାନ୍ତକୁ ମିଶାଇ ମୋଟ ଓମିକ୍ରନ ଜନିତ ସଂକ୍ରମିତଙ୍କ ସଂଖ୍ୟା ୨୧ ଶହ ୩୫ରେ ପହଁଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୫୩ଜଣ ସଂକ୍ରମିତ ରହିଥିବା ବେଳେ ଦିଲ୍ଲୀରେ ୪୬୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟରେ କଟକଣା ଫେରିଛି । ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର,ପଞ୍ଜାବ, ହରିୟାଣାରେ ନାଇଟ କଫ୍ୟୁର୍ ସହ କଟକଣା କଡାକଡି କରାଯାଇଛି । ଦିଲ୍ଲୀ ଓ କର୍ଣ୍ଣାଟକ ସପ୍ତାହନ୍ତ ସଟଡାଉନ ଲାଗୁ ନେଇ ଘୋଷଣା କରାଯାଇଛି । କର୍ଣ୍ଣାଟକରେ କୌଣସି ପ୍ରକାର ରାଲି, କାର୍ଯ୍ୟକ୍ରମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.