ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିମାନ ସାରା କରୋନା

0

ବିମାନରେ ବିଦେଶରୁ ଆସିଲା କରୋନା । ପଞ୍ଜାବ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଟାଲୀରୁ ଆସିଥିବା ବିମାନରେ ପୁଣି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏ ୧୫୦ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯୦ ଯାତ୍ରୀଙ୍କୁ ନେଇ ମିଲାନ ସହରରୁ ଅମୃତସରରେ ପହଞ୍ଚିଛି ବିମାନ। ସମସ୍ତ ଯାତ୍ରୀଙ୍କୁ ଅମୃତସରରେ ସଂଗରୋଧରେ ରଖାଯାଇଛି। ଗୁରୁବାର ମଧ୍ୟ ଇଟାଲୀରୁ ଆସିଥିବା ଅର୍ନ୍ତଜାତୀୟ ଚାଟାର୍ଡ ଫ୍ଲାଇଟରେ ୧୭୦ରୁ ୧୨୫ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ଲକ୍ଷେ ୧୭ ହଜାର ୯୪ ନୂଆ ମାମଲା ସାମନାକୁ ଆସିଛି । ଏହା ସହିତ ୩୦୨ ଜଣ କରୋନାରେ ଆଖି ବୁଜିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀ ଆହୁରି ଚିନ୍ତା ବଢାଇଛନ୍ତି । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବି ବଢି ବଢି ଚାଲିଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୧୦ରେ ପହଞ୍ଚିଛି। ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ମାମଲା ଓ ଦିଲ୍ଲୀରୁ ୪୬୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱସ୍ତିକର କଥା ହେଉଛି ୩ହଜାର ୧୦ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୧ଶହ ୯୬ ଜଣ ସୁସ୍ଥ ହୋଇ ସାରିଲେଣି । କରୋନା ମାମଲା ସବୁଠୁ ଅଧିକ ୫ ରାଜ୍ୟରେ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ଦିନକରେ ୩୬ ହଜାର ୨୬୫,ପଶ୍ଚିମବଙ୍ଗରେ ୧୫ ହଜାର ୪୨୧,ଦିଲ୍ଲୀରେ ୧୫ ହଜାର ୯୭,ତାମିଲନାଡୁରେ ୬ହଜାର ୯୮୩ ଏବଂ କେରଳରେ ୪ ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.