ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କରୋନା କାଳରେ ନିର୍ବାଚନ: ଜାଣନ୍ତୁ କେଉଁଠି କେବେ?

0

କରୋନା ସଂକ୍ରମଣ ଭିତରେ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଜି ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ୫ଟି ରାଜ୍ୟରେ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଫେବୁଆରୀ ୧୦ରେ ଉତ୍ତରପ୍ରଦେଶରେ ଭୋଟ ପଡିବା ସହିତ ଏହା ଆରମ୍ଭ ହେବ । ପଞ୍ଜାବ,ଉତ୍ତରାଖଣ୍ଡ ଓ ଗୋଆରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଭୋଟ ହେବ । ସେହିପରି ମଣିପୁରରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ।

ଜାଣନ୍ତୁ, କେଉଁ ତାରିଖରେ କେଉଁ ରାଜ୍ୟରେ ପଡିବ ଭୋଟ?

ଉତ୍ତରପ୍ରଦେଶ

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୧୦

ଦ୍ୱିତୀୟ ପର୍ଯ୍ୟାୟ-ଫେବୃଆରୀ ୧୪

ତୃତୀୟ ପର୍ଯ୍ୟାୟ-ଫେବୃଆରୀ ୨୦

ଚତୃର୍ଥ ପର୍ଯ୍ୟାୟ-ଫେବୃଆରୀ ୨୩

ପ ମ ପର୍ଯ୍ୟାୟ-ଫେବୃଆରୀ ୨୭

ଷଷ୍ଠ ପର୍ଯ୍ୟାୟ-ମାର୍ଚ୍ଚ ୩

ସପ୍ତମ ପର୍ଯ୍ୟାୟ- ମାର୍ଚ୍ଚ ୭

ଭୋଟ ଗଣତି- ମାର୍ଚ୍ଚ ୧୦

ମଣିପୁର

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୨୭

ଦ୍ୱିତୀୟ ପର୍ଯ୍ୟାୟ-ମାର୍ଚ୍ଚ ୩

ଭୋଟ ଗଣତି- ମାର୍ଚ୍ଚ ୧୦

ପଞ୍ଜାବ,ଗୋଆ,ଉତ୍ତରାଖଣ୍ଡ

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୧୪

ଭୋଟ ଗଣତି-ମାର୍ଚ୍ଚ ୧୦

ତେବେ ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି । ଜାନୁଆରୀ ୧୫ ଯାଏ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ଶୋ କରିପାରିବେ ନାହିଁ । ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ କଟକଣା ଲଗାଯାଇଛି । ସେହିପରି ରାତି ୮ରୁ ସକାଳ ୮ଟା ଯାଏ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । ତେବେ କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ଓ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଜାନୁଆରୀ ୧୫ ପରେ ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ।

Leave A Reply

Your email address will not be published.