ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଚିନ୍ତା ବଢାଇଲା କରୋନା..

0

ଦେଶରେ କାୟା ମେଲାଉଛି କରୋନା । ସଂକ୍ରମଣ ଏତେ ଦ୍ରୁତ ବେଗରେ ମାଡୁଛି ଯେ , କେହି କେବେ ଚିନ୍ତା ବି କରିନଥିଲେ । ଓମିକ୍ରନ ଯୋଗୁଁ ସଂକ୍ରମଣ ଏଭଳି ଲମ୍ପ ମାରିଛି ,ଯାହା ସମସ୍ତଙ୍କ ନିଦ ହଜାଇଦେଇଛି । ଗତ ୨୪ ଘଣ୍ଟ। ମଧ୍ୟରେ ଲକ୍ଷେ ୪୧ ହଜାର ୯୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ କାଲିଠାରୁ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦୈନିକ ପିଜିଟିଭିଟି ହାର ରହିଛି ୯.୨୮ ପ୍ରତିଶତ । ସେହିପରି ଦିନକରେ ୨୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଚିନ୍ତାଜନକ କଥା ହେଲେ କେବେଳ ମହାରାଷ୍ଟ୍ରରୁ ସଂକ୍ରମିତ ହୋଇଛନ୍ତି ୪୦ ହଜାର ୯୨୫ ମାମଲା ।

ଦିଲ୍ଲୀରେ ସଂକ୍ରମଣ ମଧ୍ୟ ମାଡି ଚାଲିଛି ୨୪ ଘଣ୍ଟ।ରେ ୧୭ ହଜାରରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୭.୭୩%କୁ ଟପିଯାଇଛି । ଅର୍ଥାତ ଶହେ ଜଣରେ ଟେଷ୍ଟ କଲେ ୧୮ ଜଣ ପଜିଟିଭ ବାହାରୁଛନ୍ତି । ସେପଟେ ଆଜିଠୁ ଦିଲ୍ଲୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେହିପରି ଦେଶରେ ଏଯାଏ ୩ ହଜାର ୭୧ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୫୧୩, କର୍ଣ୍ଣାଟକରୁ ୩୩୩, ରାଜସ୍ଥାନରୁ ୨୯୧, କେରଳରୁ ୨୮୪, ତାମିଲନାଡୁରୁ ୧୨୧ ଏବଂ ହରିୟାଣାରୁ ୧୧୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ଯେ, ସଂକ୍ରମଣ ଯେପରି ଭାବରେ ବଢୁଛି ଜାନୁଆରୀ ଶେଷ ସପ୍ତାହରୁ ଫେବୁଆରୀ ମଧ୍ୟଭାଗ ଭିତରେ ଏହା ଶୀର୍ଷକୁ ଛୁଇଁପାରେ । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିଲେ ବି ରୋଗୀ କିନ୍ତୁ କମ ଗୁରୁତର ହେଉଥିବା ଦେଖାଦେଉଛି ।

Leave A Reply

Your email address will not be published.