ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ରାଜ୍ୟରେ ୧୦ ହଜାର ତଳକୁ ଖସିଲା, ଦେଶରେ ବଢ଼ିଲା

0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲୁଥିବା ବେଳେ ଆସିଛି ଟିକେ ଆଶ୍ୱସ୍ତିକର ଖବର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ । ୧୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ହେଲେ ରାଜ୍ୟରେ ସାମାନ୍ୟ ସଂଖ୍ୟା ଖସିଥିବା ବେଳେ ଦେଶରେ କିନ୍ତୁ ବଢିଚାଲିଛି । ସାଢେ ୩ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ସଂକ୍ରମିତ ସଂଖ୍ୟା।

ରାଜ୍ୟରେ ଗତ ୨୪ ଘଣ୍ଟା ରେ ୭୪ ହଜାର ୪୪୩ ନମୂନା ପରୀକ୍ଷା ହୋଇଥିବା ବେଳେ ୯ ହଜାର ୮୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ସଙ୍ଗରୋଧରୁ ୫୬୯୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୧୩୪ ପଜିଟିଭ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୯୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସବୁଦିନ ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୧୩୪,କଟକରୁ ୭୭୪ ମାମଲା ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୯ ହଜାର ୭୦୨ । ସେହିପରି ଦିନକରେ ରାଜ୍ୟରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ,ଢେଙ୍କାନାଳ,ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦେଶରେ କିନ୍ତୁ ରକେଟ ସ୍ପିଡରେ ସଂକ୍ରମଣ ମାଡ଼ି ଚାଲିଛି । ସାଢେ ୩ ଲକ୍ଷ ପାଖାପାଖି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚି ଯାଇଛି । ଦିନକରେ ୩ ଲକ୍ଷ ୪୭ ହଜାର ୨୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୨୯ ହଜାର ୭୨୨ ଅଧିକ ନୂଆ ମାମଲା ଆସିଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୭. ୯୪% ।ଆଉ ସାପ୍ତାହିକ ସଂକ୍ରମଣ ହାର ରହିଛି ୧୬.୫୬% । ସେହିପରି ୨୪ ଘଣ୍ଟା ରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬ରେ ପହଞ୍ଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ଯାହା ଗତକାଲି ତୁଳନାରେ ୪.୩୬% ଅଧିକ ।

Leave A Reply

Your email address will not be published.