ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ

0

ମୁମ୍ବାଇର ତାଡଦେବ ଅଂଚଳରେ ଏକ ୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାଟି ଭାଟିଆ ହସ୍ପିଟାଲ ନିକଟରେ ରହିଛି । ନିଆଁରେ ପୋଡି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସକାଳ ପ୍ରାୟ ୭ଟା ୩୦ରୁ ନିଆଁ ଲାଗିଥିଲା । ଯେଉଁ କୋଠରୀରେ ନିଆଁ ଲାଗିଥିଲା ତାହା ହେଉଛି ୨୦ ମହଲା । ଅଗ୍ନିକାଣ୍ଡକୁ ନେଇ ମୁମ୍ବାଇ ମେୟର କିଶୋରୀ ପେଡନକେର କହିଛନ୍ତି ଯେ, ସକାଳେ ନିଆଁ ଲାଗିବା ପରେ ଆଖପାଖ ଦୋକାନର ଲୋକ ପ୍ରଥମେ କୋଠା ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ପୁଲିସକୁ ଏନେଇ ଅବଗତ କରାଇଥିଲେ । ମେୟର କହିଛନ୍ତି ଯେ, ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛିା ଅଗ୍ନିକାଣ୍ଡରେ ୧୦ ଜଣ ଆହତ ହୋଇଛନ୍ତି । ଯେଉଁମାନେ ବି ଗୁରୁତର ହୋଇଛନ୍ତି ସମସ୍ତେ ଧୂଆଁ ଯୋଗୁଁ ହୋଇଛନ୍ତି । ୬ ଜଣ ବୃଦ୍ଧ ଲୋକ ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକ ଥିଲା ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ନିଆଁକୁ ଆୟତ୍ତ କରାଯାଇଛି କିନ୍ତୁ ଧୂଆଁ ବହୁତ ଅଧିକ ଥିବା କୁହାଯାଉଛି

Leave A Reply

Your email address will not be published.