ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ସରକାରଙ୍କ ଭଲ କଥା କହ, ମିଛୁଆଙ୍କୁ ଜବାବ ଦିଅ

0

ପଞ୍ଚାୟତକୁ ପ୍ରଚାର ପାଇଁ ଓହ୍ଲାଇବା ପୂର୍ବରୁ ଦଳୀୟ ନେତାଙ୍କୁ ନବୀନଙ୍କ ନିର୍ଦେଶ

କରୋନା କଟକଣା ମାନିବାକୁ ପରାମର୍ଶ, କହିଲେ, ତୁମର ଜୀବନ ମୋ ପାଇଁ ମୂଲ୍ୟବାନ

ବବିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଭର୍ଚୁଆଲରେ ରହିଲେ ଦଳୀୟ ନେତା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏବେ ପୂରା ଦମରେ ବିଜେଡି ନେତାମାନେ ଗାଁରେ ଲଢ଼ିବେ। ଏହା ପୂର୍ବରୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳର ନେତାମାନଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଛନ୍ତି। ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ଦୁଇଟି କଥା ଉପରେ ଆଗକୁ ମାଡ଼ିଚାଲ। ପ୍ରଥମେ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇ ତାଙ୍କ ଠାରୁ ଆଶୀର୍ବାଦ ମାଗ। ଦ୍ବିତୀୟରେ ବିରୋଧୀ ଯେଉଁ ମିଛ ପ୍ରଚାର କରୁଛନ୍ତି, ତାର ବି କଡ଼ାଗଣ୍ଡା ଜବାବ ଦିଅ।

ବିଜେଡି ରାଜ୍ୟ ସଭାପତିଙ୍କର ଏଭଳି ନିର୍ଦେଶ ପରେ ଆଜି ବିଜେଡି ଶୀର୍ଷସ୍ତରର ନେତାଙ୍କ ମନରେ ଜୋସ୍ ଆସିଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ଭର୍ଚୁଆଲ ବୈଠକ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ନବୀନ ନିଜେ ଆଗକୁ ଆସି ବାର୍ତ୍ତା ଦେବେ ବୋଲି ଶ୍ରୀ ଦାସ ଦଳର ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ଜଣାଇଥିଲେ ଓ ସ୍ବାଗତଭାଷଣ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୂରି ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି।ଏହି ସମୟରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି। ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ ପାଳନ କରିବେ। ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ। ଆପଣମାନେ ଜାଣି ଖୁସି ହେବେ ଯେ ଓଡିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି। ବିଜେଡି ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ। ଏହି କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିସନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ
ଆପଣଙ୍କ ବିଜେଡି ସରକାର ଦେଇଛି। ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ ଯୋଜନାରେ ସହାୟତା ଦେଇଛି ବିଜେଡି ସରକାର। ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପ ନିଆଯାଇଛି। ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି।

ନବୀନ କହିଥିଲେ ଯେ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି। ସବୁ ନିର୍ବାଚନରେ ସେମାନେ ବିଜେଡିକୁ ଆଶୀର୍ବାଦ ଦେଇ ଆସିଛନ୍ତି। ବିରୋଧୀଙ୍କ ପାଖରେ ଆଜିଦିନରେ କିଛି ବି ପ୍ରସଙ୍ଗ ନାହିଁ। ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ। ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ।ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ପରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.