ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଚୀନ୍ ସୀମାରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ପତ୍ତା

0

ଅରୁଣାଚଳ ପ୍ରଦେଶରୁ ନିଖୋଜ ଭାରତୀୟ ଯୁବକଙ୍କ ପତ୍ତା ଚୀନା ସୀମାରୁ ମିଳିଛି । ଚୀନ ସୈନିକ ମାନେ ଭାରତୀୟ ସୈନିକଙ୍କୁ ନେଇ ଏନେଇ ସୂଚନା ଦେଇଛନ୍ତି । ଭାରତୀୟ ସେନା ସହ ଏନେଇ ଯୋଗାଯୋଗ କରିଛି ଚୀନ ପିପୁଲ୍ସ ଲିବରେସନ ଆର୍ମି । ଖୁବ ଶୀଘ୍ର ସମସ୍ତ ପ୍ରକ୍ରିୟା ସାରି ଯୁବକଙ୍କୁ ଫେରାଇ ଦିଆଯିବ କହିଲା ଚୀନ ସେନା ।

ଅରୁଣାଚଳ ପ୍ରଦେଶର ସିୟୁଂଗଲାର ଲୁଙ୍ଗୋଟା ଜୋର ଅଞ୍ଚଳରୁ ୧୭ ବର୍ଷୀୟ ମିରାମ ତରନ ଗତ ୧୮ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଭାରତ-ଚୀନ ସୀମା ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ଯୁବକଙ୍କ ନିଖୋଜ ଖବରକୁ ଅରୁଣାଚଳର ପୂର୍ବ ସାଂସଦ ତାପିର ଗାଓ ଉଠାଇଥିଲେ । ଚୀନ ସୈନିକ ମାନେ ଯୁବକକୁ ବନ୍ଦୀ କରି ନେଇଯାଇଥିବା ସେ ଦାବି କରିଥିଲେ । ଏହା ପରେ ଭାରତୀୟ ଯୁବକ ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏବଂ ଚୀନ ସେନାକୁ ଏ ବିଷୟରେ ସୂଚନା ମାଗିଥିଲେ । ପ୍ରଥମେ ଚୀନ ସୈନିକ ମାନେ କହିଥିଲେ ତାଙ୍କୁ ଭାରତୀୟ ଯୁବକଙ୍କ ବିଷୟରେ କୌଣସି ବି ଖବର ନାହିଁ । ହେଲେ ଆଜି ତାଙ୍କ ସୀମାରୁ ଏକ ଯୁବକ ମିଳିଥିବା ଭାରତୀୟ ସେନାକୁ ଖବର ନେଇଛନ୍ତି ଚୀନ ସେନା । ଯୁବକଙ୍କୁ ଭାରତକୁ ହସ୍ତାନ୍ତାର ପାଇଁ ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.