ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଖି ବୁଜିଲା ମାଆ,କୁନି ଝିଅକୁ କିଏ ହେବ ସାହା ?

0

ହେ ଭଗବାନ! ଏମିତି ଦୁଃଖ କାହାକୁ ନଆସୁ। ଆଖି ଆଗରେ ଚାଲିଗଲା ମାଆ ଓ ୨ ମାସର ଭାଇର ଜୀବନ । ଆଉ ମୃତ୍ୟୁ ଫାଶରୁ ଅଳ୍ପକେ ବର୍ତ୍ତିଗଲା କୁନି ଝିଅ । ୩ ବର୍ଷର ଝିଅଟି ନିଜ ମାଆ ଓ କୁନି ଭାଇ ସହ ବସରେ ଘରକୁ ଖୁସିରେ ଫେରୁଥିଲା । ହେଲେ ସେହି ବସରେ ମାଆ ତା ହାତ ସବୁଦିନ ପାଇଁ ଛାଡିଯିବ ବୋଲି ସେ ଭାବିନଥିଲା । ଅଧାବାଟରେ ଜଗିଥିବା ମୃତ୍ୟୁ ଯେ ତା ମାଆକୁ ଛଡାଇନେବ ତାହା ଭାବିଲାବେଳକୁ ନିଶ୍ୱାସ ଅଟକି ଯିବା ପରି ଲାଗୁଛି ।

ଦୁର୍ଘଟଣା‌ ମାଆ ପ୍ରାଣ ହରାଇଥିବା କଥା କୁନି ଝିଅ ଜାଣିନି । କେମିତି ବା ଜାଣିବ, ମୃତ୍ୟୁ କଣ ଜାଣିନଥିବା ଝିଅକୁ କେମିତି ବି ମାଲୁମ ହେବ ଯେ ତା ମାଆକୁ ମୃତ୍ୟୁ ନେଇଯାଇଛି ବୋଲି । ଦୁର୍ଘଟଣା ପରେ ସେ ଯେତେବେଳେ ତା ମାଆ ଓ ସାନ ଭଉଣୀକୁ ଖୋଜୁଛି କଇଁ କଇଁ କାନ୍ଦୁଛି । ଆଉ ନିରୀହ କଣ୍ଠରେ କହୁଛି ,ମୋ ମାଆ ପାଣି ପିଇବାକୁ ଯାଇଛି ।

ସୋର ବସ ଦୁର୍ଘଟଣା ପରେ ସମସ୍ତେ ନିଜ ନିଜ ସମ୍ପର୍କୀୟଙ୍କ କଥା ବୁଝିବାରେ ବ୍ୟସ୍ତ । ହେଲେ ସେତେବେଳେ କୁନି ଝିଅଟି ଆବାକ ହୋଇ ଏଣେତେଣେ ଚାହୁଁଥିଲା । ଅଜଣା ଜାଗାରେ କେମିତି କହିବ ତା ଘର କେଉଁଠି? ଅଜଣା ଲୋକଙ୍କ ଆଗରେ କିଛି ବି କହିପାରୁନି । କେମିତି ବା କହିବ? ଦୁନିଆକୁ କେତେବା ସିଏ ଜାଣିଛି । ଆଖି ଆଗରେ ମାଆକୁ ହରାଇ ଏକୁଟିଆ ହୋଇଯାଇଛି ଝିଅଟି ।ସବୁଠୁ ବଡ଼ କଥା ହେଲା କୁନି ଝିଅର କେହି ସମ୍ପର୍କୀୟ ଏଯାଏ ଆସିନାହାନ୍ତି । ସେ କେଉଁଠିକାର ବି ଜଣାପଡିନାହିଁ । ତା ଘର ମୟୂରଭଞ୍ଜ ଖୁଣ୍ଟା ବୋଲି ଖବର ମିଳୁଛି ।

ମୃତ୍ୟୁ କେତେବେଳେ ଆସେ?କେମିତି ଆସେ? କେହି ବି କହିପାରିବେ ନାହିଁ । ଏଇ ଯେମିତି ସୋର ବିଦୁ ଛକର ଛାତିଥର ବସ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ମଝିର ରାସ୍ତାର ମୃତ୍ୟୁ ବାପ ହାତରୁ ଝିଅକୁ ଟାଣିନେଲା ତ କାହାଠୁ ମାଆ ଛଡାଇନେଲା । ଗତକାଲି ଦିନ ଦ୍ୱିପହରରେ ଉଦଳାରୁ ଭୁବନେଶ୍ୱର ଯାଉଥିଲା ଶାନ୍ତିଲତା ବସ । ବିଦୁ ଛକ ନିକଟରେ ପଛ ପଟୁ ଆସି ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ୨୦ ଫୁଟ ତଳକୁ ଖସିପଡିଥିଲା । ଆଉ ନିମିଷକେ ଛାରଖାର ହୋଇଯାଇଥିଲା ସବୁକିଛି ।

Leave A Reply

Your email address will not be published.