ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଇଆଇଟି ମାଡ୍ରାସର ଆକଳନ, ଏଇ ଦିନ ଭାରତରେ ଶୀର୍ଷ ଛୁଇଁବ ସଂକ୍ରମଣ

0

ଭାରତରେ ଗତ କିଛି ଦିନ ହେବ ଦେଶରେ ୩ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଆସିସାରିଛି । ଏହାରି ଭିତରେ ଆଇଆଇଟି ମାଦ୍ରାସ ପକ୍ଷରୁ ଆଶ୍ୱସ୍ତି ଖବର ଆସିଛି । ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ଭାରତର ଆର ଭାଲ୍ୟୁ ମୂଲ୍ୟ ହ୍ରାସ ପାଇଛି । ଭାରତରେ କରୋନା ସଂକ୍ରମଣ ବ୍ୟାପିବା ପରେ ଜାନୁଆରୀ ୧୪ରୁ ଜାନୁଆରୀ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭ ପ୍ରତିଶତକୁ ହ୍ରାସ ପାଇଛି ।

ଅନୁସନ୍ଧାନକାରୀ ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୧୪ ଦିନ ମଧ୍ୟରେ ଫେବୃଆରୀ ୬ ଭିତରେ କରୋନା ସଂକ୍ରମଣ ପିକ୍ ଛୁଇଁବାର ସମ୍ଭାବନା ଅଧିକ ରହିଛି । ଏହା ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ, ଫେବୃଆରୀ ୧ରୁ ୧୫ ଫେବୃଆରୀ ଭିତରେ ତୃତୀୟ ଲହର ଶୀର୍ଷ ଛୁଇଁବ । ଆର ଭାଲ୍ୟୁରୁ ଜଣାପଡେ ଯେ, ଜଣେ ବ୍ୟକ୍ତି କେତେଜଣଙ୍କୁ ସଂକ୍ରମିତ କରିପାରେ । ଯଦି କିଛି କରୋନା ସଂକ୍ରମିତଙ୍କ ଆର ଭାଲ୍ୟୁ ଏକ ରହିଛି, ତାପାଖରୁ ଆଉ ଜଣେ ବ୍ୟକ୍ତିକୁ ସଂକ୍ରମିତ କରିବାର ବିପଦ ରହିଛି । ସେହିପରି ଯେଉଁ ବ୍ୟକ୍ତିର ଆର ଭାଲ୍ୟୁ ୩ ରହିଛି, ସେ ୩ ଜଣଙ୍କୁ ସଂକ୍ରମିତ କରିପାରିବ ।

ଆଇଆଇଟି ମାଦ୍ରାସ ବିଶେଷଜ୍ଞଙ୍କ ଅନୁସାରେ, ଜାନୁଆରୀ ୧୪ରୁ ୨୧ ଜାନୁଆରୀ ମଧ୍ୟରେ ଆର ଭାଲ୍ୟୁ ୧.୫୭ ରେକର୍ଡ କରାଯାଇଛି । ଜାନୁଆରୀ ୭ରୁ ୧୩ ମଧ୍ୟରେ ୨.୨, ଓ ୧ରୁ ୬ ଜାନୁଆରୀ ମଧ୍ୟରେ ୪ ଏବଂ ଡିସେମ୍ବର ୩୧ ମଧ୍ୟରେ ୨.୯ ଆର ଭାଲ୍ୟୁ ଥିଲା । । ଆଇଆଇଟି ମାଦ୍ରାସର ଗଣିତ ବିଭାଗର ସହାୟକ ପ୍ରଫେସର ଡାକ୍ତର ଜୟନ୍ତ ଝା କହିଛନ୍ତି ଯେ, ମୁମ୍ବାଇ ଏବଂ କୋଲକତାର ଆର ଭାଲ୍ୟୁରୁ ଜଣାପଡୁଛି ଯେ, ସେଠାରେ ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରିଛି । ସେହିପରି ଦିଲ୍ଲୀ ଏବଂ ଚେନ୍ନାଇରେ ଏବେ ଶୀର୍ଷ ଛୁଇଁବା ପାଖାପାଖି ରହିଛି ।

Leave A Reply

Your email address will not be published.