ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆଇଆଇଟି ମାଡ୍ରାସର ଆକଳନ, ଏଇ ଦିନ ଭାରତରେ ଶୀର୍ଷ ଛୁଇଁବ ସଂକ୍ରମଣ

0

ଭାରତରେ ଗତ କିଛି ଦିନ ହେବ ଦେଶରେ ୩ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଆସିସାରିଛି । ଏହାରି ଭିତରେ ଆଇଆଇଟି ମାଦ୍ରାସ ପକ୍ଷରୁ ଆଶ୍ୱସ୍ତି ଖବର ଆସିଛି । ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ଭାରତର ଆର ଭାଲ୍ୟୁ ମୂଲ୍ୟ ହ୍ରାସ ପାଇଛି । ଭାରତରେ କରୋନା ସଂକ୍ରମଣ ବ୍ୟାପିବା ପରେ ଜାନୁଆରୀ ୧୪ରୁ ଜାନୁଆରୀ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭ ପ୍ରତିଶତକୁ ହ୍ରାସ ପାଇଛି ।

ଅନୁସନ୍ଧାନକାରୀ ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୧୪ ଦିନ ମଧ୍ୟରେ ଫେବୃଆରୀ ୬ ଭିତରେ କରୋନା ସଂକ୍ରମଣ ପିକ୍ ଛୁଇଁବାର ସମ୍ଭାବନା ଅଧିକ ରହିଛି । ଏହା ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ, ଫେବୃଆରୀ ୧ରୁ ୧୫ ଫେବୃଆରୀ ଭିତରେ ତୃତୀୟ ଲହର ଶୀର୍ଷ ଛୁଇଁବ । ଆର ଭାଲ୍ୟୁରୁ ଜଣାପଡେ ଯେ, ଜଣେ ବ୍ୟକ୍ତି କେତେଜଣଙ୍କୁ ସଂକ୍ରମିତ କରିପାରେ । ଯଦି କିଛି କରୋନା ସଂକ୍ରମିତଙ୍କ ଆର ଭାଲ୍ୟୁ ଏକ ରହିଛି, ତାପାଖରୁ ଆଉ ଜଣେ ବ୍ୟକ୍ତିକୁ ସଂକ୍ରମିତ କରିବାର ବିପଦ ରହିଛି । ସେହିପରି ଯେଉଁ ବ୍ୟକ୍ତିର ଆର ଭାଲ୍ୟୁ ୩ ରହିଛି, ସେ ୩ ଜଣଙ୍କୁ ସଂକ୍ରମିତ କରିପାରିବ ।

ଆଇଆଇଟି ମାଦ୍ରାସ ବିଶେଷଜ୍ଞଙ୍କ ଅନୁସାରେ, ଜାନୁଆରୀ ୧୪ରୁ ୨୧ ଜାନୁଆରୀ ମଧ୍ୟରେ ଆର ଭାଲ୍ୟୁ ୧.୫୭ ରେକର୍ଡ କରାଯାଇଛି । ଜାନୁଆରୀ ୭ରୁ ୧୩ ମଧ୍ୟରେ ୨.୨, ଓ ୧ରୁ ୬ ଜାନୁଆରୀ ମଧ୍ୟରେ ୪ ଏବଂ ଡିସେମ୍ବର ୩୧ ମଧ୍ୟରେ ୨.୯ ଆର ଭାଲ୍ୟୁ ଥିଲା । । ଆଇଆଇଟି ମାଦ୍ରାସର ଗଣିତ ବିଭାଗର ସହାୟକ ପ୍ରଫେସର ଡାକ୍ତର ଜୟନ୍ତ ଝା କହିଛନ୍ତି ଯେ, ମୁମ୍ବାଇ ଏବଂ କୋଲକତାର ଆର ଭାଲ୍ୟୁରୁ ଜଣାପଡୁଛି ଯେ, ସେଠାରେ ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରିଛି । ସେହିପରି ଦିଲ୍ଲୀ ଏବଂ ଚେନ୍ନାଇରେ ଏବେ ଶୀର୍ଷ ଛୁଇଁବା ପାଖାପାଖି ରହିଛି ।

Leave A Reply

Your email address will not be published.