ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କରୋନା ସଂକ୍ରମଣରେ ବଡ଼ ହ୍ରାସ..ଆଣିଲା ଆଶ୍ୱସ୍ତି

0

ଭୁବନେଶ୍ବର; ରାଜ୍ୟରେ ଓ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି । ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ଯାହା ରାଜ୍ୟ ପାଇଁ ଭଲ ଖବର । ସେହିପରି ଦେଶରେ ଗତ କିଛି ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହିବା ପରେ ଆଜି ୩ ଲକ୍ଷ ତଳକୁ ସଂଖ୍ୟା କମିଛି । ଯାହା ଆଶ୍ୱସ୍ତି ଆଣିଛି ।

ରାଜ୍ୟରେ ବେକାବୁ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି । ଗତ ୨୪ ଘଣ୍ଟା ରେ ୫ ହଜାର ୮୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୪୧୩ ଓ ସ୍ଥାନୀୟ ଅ ଳରୁ ୨୪୭୮ ଜଣ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୮୫୨ ଜଣ ଅଛନ୍ତି । ସେହିପରି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରକୁ ଖସିଛି ଦିନକରେ ଖୋର୍ଦ୍ଧାରେ ହଜାରେ ୫୦୦ ମାମଲା ଆସିଛି । ସୁନ୍ଦରଗଡରୁ ୫୦୧,କଟକରୁ ୪୮୨ ସଂକ୍ରମିତ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭୭ ହଜାର ୩୪୦ ।

ସେହିପରି ରାଜ୍ୟରେ ଦିନକରେ ୭ ଜଣଙ୍କର କରୋନାରରେ ମୃତ୍ୟୁ ହୋଇଛି । ଦେଶରେ ୩ ଲକ୍ଷ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୨ଲକ୍ଷ ୫୫ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୩ଲକ୍ଷ ୬ ହଜାରରୁ ଅଧିକ ମାମଲା ଆସିଥିଲା । ତେଣୁ ଗତକାଲି ତୁଳନାରେ ଆଜି ୫୦ ହଜାର ୧୯୦ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କୋଭିଡ ସଂକ୍ରମଣ ହାର ୧୫.୨ ପ୍ରତିଶତ ରହିଛି । ସେହିପରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ପାର କରିଛି । ସେହିପରି ଦେଶରେ କରୋନାରେ ଦିନକରେ ୬୧୪ ଜଣ ଆଖିବୁଜିଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୦ ହଜା୪୬୨କୁ ବୃଦ୍ଧି ପାଇଛି । ଏଯାଏ ଦେଶରେ ସୁସ୍ଥ ହେଲେଣି କୋଟି ୭୦ ଲକ୍ଷ ୭୧ ହଜାର ୮୯୮ ଆକ୍ରାନ୍ତ । ୨୪ ଘଣ୍ଟା ରେ ୨ଲକ୍ଷ ୬୭ ହଜାର ୭୫୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏଯାଏ ଟିକା ନେଲେଣି ୧୬୨ କୋଟି ୯୨ ଲକ୍ଷ ରୁ ଅଧିକ।

Leave A Reply

Your email address will not be published.