ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ସାମ୍ବାଦିକଙ୍କ ଉପରେ କାହିଁକି ଚିହିଁକି ଉଠିଲେ ବାଇଡେନ ?

0

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଏକ ଭିଡିଓ ଆସିଛି । ଯେଉଁଥିରେ ଜଣେ ସାମ୍ବାଦିକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିବା ପରେ ଆପତ୍ତି ଜନକ ଭାଷାରେ ବାଇଡେନ ଗାଳିଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଫକ୍ସ ନ୍ୟୁଜ ସାମ୍ବାଦିକ ପିଟର ଡୁସି ବାଇଡେନଙ୍କୁ ଆମେରିକାର ଆର୍ଥିକ ଅବସ୍ଥା ଓ ଦରଦାମ ଉପରେ ପ୍ରଶ୍ନ କରିଥିଲେ । ଦେଶରେ ଦରଦାମ ବୃଦ୍ଧି ହେଉଥିବାରୁ ଆଗକୁ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିକୁ ଏହା କେତେ କ୍ଷତି ହେବ? ଏହି ପ୍ରଶ୍ନ ପରେ ବାଇଡେନ କହିଥିଲେ, ଏଥିରେ କ୍ଷତି ନୁହେଁ ଲାଭ ହିଁ ଲାଭ ହେବ । ଏହା ପରେ ବାଇଡେନ ସାମ୍ବାଦିକ ମାନଙ୍କୁ ଗାଳି ଦେଇ ‘ଷ୍ଟୁପିଡ ସନ ଅଫ ବିଚ୍‌’
କହିଥିଲେ ।

ବାଇଡେନ ଆପତ୍ତିଜନକ ଭାଷାରେ ଗାଳି କରିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଚକିତ ହୋଇଯାଇଥିଲେ । ବାଇଡେନଙ୍କ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଆନ୍ତର୍ଜାତିକକ ସ୍ତରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଭିଡିଓ ଭାଇରାଲ ପରେ ସାମ୍ବାଦିକ ପିଟର ଡୁସିଙ୍କ ପ୍ରତିକ୍ରିୟା ବି ଆସିଛି । ସେ କହିଛନ୍ତି ଘଟଣାର କିଛି ସମୟ ପରେ ତାଙ୍କ ପାଖକୁ ବାଇଡେନଙ୍କ ଫୋନ ଆସିଥିଲା । ଏହାକୁ ବ୍ୟକ୍ତିଗତ ସ୍ତରରେ ଖରାପ ନଭାବିବାକୁ ସେ କହିଥିବା ଡୁସି କହିଛନ୍ତି ।

କେବଳ ଥରେ ନୁହେଁ ବାଇଡେନ ପୂର୍ବରୁ ମଧ୍ୟ ବହୁଥର ସାମ୍ବାଦିକଙ୍କୁ ଗାଳି ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ତଳେ ୟୁକେନ ଓ ଋଷ ପ୍ରସଙ୍ଗରେ ଜଣେ ମହିଳା ସାମ୍ବାଦିକ ପ୍ରଶ୍ନ କରିବା ପରେ ମଧ୍ୟ ତାଙ୍କୁ ମୁର୍ଖାମୀ ପ୍ରଶ୍ନ ବୋଲି କହି ଗାଳି ଦେଇଥିଲେ । ଗତ ଡିସେମ୍ବରରୁ ଆମେରିକାରେ ଦରଦାମ ବୃଦ୍ଧି ପାଇଛି । କୁହାଯାଉଛି ଯେ, ଗତ ଚାରି ଦଶନ୍ଧି ଧରି ବାର୍ଷକ ଏଭଳି ଦରଦାମ ବୃଦ୍ଧି ହୋଇନଥିଲା ।

Leave A Reply

Your email address will not be published.