ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସାମ୍ବାଦିକଙ୍କ ଉପରେ କାହିଁକି ଚିହିଁକି ଉଠିଲେ ବାଇଡେନ ?

0

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଏକ ଭିଡିଓ ଆସିଛି । ଯେଉଁଥିରେ ଜଣେ ସାମ୍ବାଦିକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିବା ପରେ ଆପତ୍ତି ଜନକ ଭାଷାରେ ବାଇଡେନ ଗାଳିଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଫକ୍ସ ନ୍ୟୁଜ ସାମ୍ବାଦିକ ପିଟର ଡୁସି ବାଇଡେନଙ୍କୁ ଆମେରିକାର ଆର୍ଥିକ ଅବସ୍ଥା ଓ ଦରଦାମ ଉପରେ ପ୍ରଶ୍ନ କରିଥିଲେ । ଦେଶରେ ଦରଦାମ ବୃଦ୍ଧି ହେଉଥିବାରୁ ଆଗକୁ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିକୁ ଏହା କେତେ କ୍ଷତି ହେବ? ଏହି ପ୍ରଶ୍ନ ପରେ ବାଇଡେନ କହିଥିଲେ, ଏଥିରେ କ୍ଷତି ନୁହେଁ ଲାଭ ହିଁ ଲାଭ ହେବ । ଏହା ପରେ ବାଇଡେନ ସାମ୍ବାଦିକ ମାନଙ୍କୁ ଗାଳି ଦେଇ ‘ଷ୍ଟୁପିଡ ସନ ଅଫ ବିଚ୍‌’
କହିଥିଲେ ।

ବାଇଡେନ ଆପତ୍ତିଜନକ ଭାଷାରେ ଗାଳି କରିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଚକିତ ହୋଇଯାଇଥିଲେ । ବାଇଡେନଙ୍କ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଆନ୍ତର୍ଜାତିକକ ସ୍ତରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଭିଡିଓ ଭାଇରାଲ ପରେ ସାମ୍ବାଦିକ ପିଟର ଡୁସିଙ୍କ ପ୍ରତିକ୍ରିୟା ବି ଆସିଛି । ସେ କହିଛନ୍ତି ଘଟଣାର କିଛି ସମୟ ପରେ ତାଙ୍କ ପାଖକୁ ବାଇଡେନଙ୍କ ଫୋନ ଆସିଥିଲା । ଏହାକୁ ବ୍ୟକ୍ତିଗତ ସ୍ତରରେ ଖରାପ ନଭାବିବାକୁ ସେ କହିଥିବା ଡୁସି କହିଛନ୍ତି ।

କେବଳ ଥରେ ନୁହେଁ ବାଇଡେନ ପୂର୍ବରୁ ମଧ୍ୟ ବହୁଥର ସାମ୍ବାଦିକଙ୍କୁ ଗାଳି ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ତଳେ ୟୁକେନ ଓ ଋଷ ପ୍ରସଙ୍ଗରେ ଜଣେ ମହିଳା ସାମ୍ବାଦିକ ପ୍ରଶ୍ନ କରିବା ପରେ ମଧ୍ୟ ତାଙ୍କୁ ମୁର୍ଖାମୀ ପ୍ରଶ୍ନ ବୋଲି କହି ଗାଳି ଦେଇଥିଲେ । ଗତ ଡିସେମ୍ବରରୁ ଆମେରିକାରେ ଦରଦାମ ବୃଦ୍ଧି ପାଇଛି । କୁହାଯାଉଛି ଯେ, ଗତ ଚାରି ଦଶନ୍ଧି ଧରି ବାର୍ଷକ ଏଭଳି ଦରଦାମ ବୃଦ୍ଧି ହୋଇନଥିଲା ।

Leave A Reply

Your email address will not be published.