ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

0

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର । ବିଦ୍ରୋହୀଙ୍କୁ ମନେଇବାକୁ ପ୍ରୟାସରେ ଲାଗିପଡିଛନ୍ତି ସବୁ ଦଳର ନେତା ଓ କର୍ମୀ । କାରଣ ବିଦ୍ରୋହୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ଦଳର ପ୍ରଦର୍ଶନ । ବିଜେଡି ହେଉ କି ବିଜେପି, କିମ୍ବା କଂଗ୍ରେସ ସବୁ ଦଳ ପାଇଁ ଏବେ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ତେଣୁ ଅସନ୍ତୁଷ୍ଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳ ପ୍ରୟାସ ଚଳାଇଛନ୍ତି ।

ଏଥର ମୋଟ ୬ହଜାର ୭୯୪ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିଥିବା ୮ ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ତେବେ ଏତେ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଦ୍ରୋହୀ ଅଛନ୍ତି । ଯାହା ରାଜନୈତିକ ଦଳ ଗୁଡିକର ଚିନ୍ତା ବଢାଇଛି । ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜଣାପଡିବ କେଉଁ ଜିଲ୍ଲାପରିଷଦ ଜୋନରେ କାହା ବିରୋଧରେ କିଏ ଲଢିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଞ୍ଚାୟତ ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । କାହା ସପକ୍ଷରେ କେତେ ଜନମତ ତାହା ପଞ୍ଚାୟତ ନିର୍ବାଚନରୁ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.