ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

0

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର । ବିଦ୍ରୋହୀଙ୍କୁ ମନେଇବାକୁ ପ୍ରୟାସରେ ଲାଗିପଡିଛନ୍ତି ସବୁ ଦଳର ନେତା ଓ କର୍ମୀ । କାରଣ ବିଦ୍ରୋହୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ଦଳର ପ୍ରଦର୍ଶନ । ବିଜେଡି ହେଉ କି ବିଜେପି, କିମ୍ବା କଂଗ୍ରେସ ସବୁ ଦଳ ପାଇଁ ଏବେ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ତେଣୁ ଅସନ୍ତୁଷ୍ଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳ ପ୍ରୟାସ ଚଳାଇଛନ୍ତି ।

ଏଥର ମୋଟ ୬ହଜାର ୭୯୪ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିଥିବା ୮ ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ତେବେ ଏତେ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଦ୍ରୋହୀ ଅଛନ୍ତି । ଯାହା ରାଜନୈତିକ ଦଳ ଗୁଡିକର ଚିନ୍ତା ବଢାଇଛି । ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜଣାପଡିବ କେଉଁ ଜିଲ୍ଲାପରିଷଦ ଜୋନରେ କାହା ବିରୋଧରେ କିଏ ଲଢିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଞ୍ଚାୟତ ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । କାହା ସପକ୍ଷରେ କେତେ ଜନମତ ତାହା ପଞ୍ଚାୟତ ନିର୍ବାଚନରୁ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.