ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

0

କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଦେଶରେ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ କିଛି ରାଜ୍ୟରେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଆଜି ପୂର୍ବୋତ୍ତର ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଓଡିଶା ସମେତ, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର,ଛତିଶଗଡ଼ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସେ ଅପରାହ୍ନରେ ଆଲୋଚନା କରିବେ ।

ଗତକାଲି ଦକ୍ଷିଣାଞ୍ଚଳର ରାଜ୍ୟମାନଙ୍କ ସହ ଆଲୋଚନା ପରେ ଆଜି ଏହି ୫ ପୂର୍ବୋତ୍ତର ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ସଂପର୍କରେ ପଚାରିବୁଝିବେ । ବୈଠକରେ ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟରେ କରୋନା ସ୍ଥିତି କିଭଳି ଅଛି, ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି । କେଉଁ ଅଞ୍ଚଳରେ ସଂକ୍ରମଣ ହାର କେତେ ରହିଛି । କୋଭିଡ ଗାଇଡଲାଇନ ଠିକ ସେ ପାଳନ ହେଉଛି କି ନାହିଁ । ସେ ନେଇ ପଚାରିବୁଝିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ଏହା ସହ ସଂକ୍ରମଣ କିଭଳି ରୋକାଯାଇପାରିବ ଏବଂ ଆଉ କଣ କଣ ପଦକ୍ଷେପ ନେବା ଜରୁରୀ ସେ ନେଇ ମଧ୍ୟ ପରାମର୍ଶ ଦେବେ । ଗତକାଲି ଦକ୍ଷିଣା ଳ ରାଜ୍ୟ ସହ ଆଲୋଚନା ସମୟରେ ଟେଷ୍ଟିଂ,ଟ୍ରାକିଂ,ଟ୍ରିଟମେ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ସେପଟେ ଦିଲ୍ଲୀ ,ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବା ବେଳେ କେରଳରେ କିନ୍ତୁ ବଢିଚାଲିଛି । ଦିଲ୍ଲୀରେ ୨୪ ଘଣ୍ଟାରେ ୪ ହଜାର ୪୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଦିନକରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୨୪ ଘଣ୍ଟାରେ ୫୪ ହଜାର ୫୩୭ ପଜିଟିଭ ଚିହ୍ନଟ ହୋଇଛି । ଯାହା ଚିନ୍ତାଜନକ ।

Leave A Reply

Your email address will not be published.