ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ଫେବୃଆରିରେ ବ୍ୟାଙ୍କ କର୍ମଚାରୀ ମନାଇବେ ଖୁସି

0

ଆରମ୍ଭ ହେବାକୁ ଯାଉଛି ଫେବୃଆରି ମାସ । ଯଦି ଆପଣଙ୍କର ଆସନ୍ତା ମାସରେ କୌଣସି ବ୍ୟାଙ୍କ କାମ ରହିଛି ତେବେ ବ୍ୟାଙ୍କକୁ ଯିବା ପୂର୍ବରୁ ଏହି ତାରିଖକୁ ଧ୍ୟାନ ଦିଅନ୍ତୁ । କାରଣ ଫେବୃଆରି ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ।

ପ୍ରଥମ ସପ୍ତାହରେ ହିଁ ଛୁଟି। ଫେବୃଆରି ଆରମ୍ଭରୁ ହିଁ ୨ ତାରିଖରେ ବ୍ୟାଙ୍କ ଛୁଟି ରହିବ । ଏହି ଦିନ ସୋନମ ଲୋସର ଉତ୍ସବ ରହିଛି । କିନ୍ତୁ ଏହି ଛୁଟି ମୁଖ୍ୟତଃ ସିକିମ୍ ରାଜ୍ୟର ହେବ । ଏହା ପରେ ଫେବୃଆରି ୫ ତାରିଖରେ ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା ରହିଛି । ଶନିବାରେ ପଡୁଥିବା ସରସ୍ୱତୀ ପୂଜା ପାଇଁ ଓଡିଶା ,ହରିୟାଣା, ପଞ୍ଜାବ,ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ । ଫେବୃଆରି ୬ରେ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କରେ ଦ୍ୱିତୀୟ ଓ ଚତୃର୍ଥ ଶନିବାର ଛୁଟି ରହିଥାଏ । ତେଣୁ ଫେବୃଆରି ୧୨ରେ ଦ୍ୱିତୀୟ ଶନିବାର ପଡୁଛି । ଏହା ସହ ଫେବୃଆରି ୧୩ରେ ମଧ୍ୟ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଫେବୃଆରି ୧୫ରେ ହଜରତ ଅଲ୍ଲୀ ଜୟନ୍ତୀ ପଡୁଛି । ଏଥିପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ । ମଣିପୁରରେ ମଧ୍ୟ ସେହିଦିନ ଲୁଇ-ନଗାଇ-ନୀ ଉତ୍ସବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ।

୧୬ ଫେବୃଆରି ଗୁରୁ ରବିଦାସ ଜୟନ୍ତୀ । ଏହି ଦିନ ଚଣ୍ଡୀଗଡ଼, ହିମାଚଳପ୍ରଦେଶ, ହରିୟାଣା ଓ ପଞ୍ଜାବରେ ବ୍ୟାଙ୍କ ଛୁଟି ରହିବ । ଫେବୃଆରି ୧୮ରେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଡୋଲଯାତ୍ରା ଉତ୍ସବ ମନାଯାଏ । ତେଣୁ ସେହିଦିନ ସେଠାରେ ବ୍ୟାଙ୍କ ବନ୍ଦ ରହିବ । ୧୯ ଫେବୃଆରି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ।ମହାରାଷ୍ଟ୍ରରେ ବହୁ ଧୁମଧାମରେ ଏହାକୁ ପାଳନ କରାଯାଏ । ସେହିଦିନ ସେଠାରେ ବ୍ୟାଙ୍କ ଛୁଟି ରହିବ । ଫେବୃଆରି ୨୦ରେ ରବିବାର ସେହିଦିନ ବ୍ୟାଙ୍କ ବନ୍ଦ ରହିବ । ୨୬ ଓ ୨୭ ଫେବୃଆରିରେ ମଧ୍ୟ ଶନିବାର ଓ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହିପରି ଭାବେ କହିବାକୁ ଗଲେ ଫେବୃଆରି ମାସରେ ମୋଟ ୧୨ ଦିନ ବ୍ୟାଙ୍କ ଛୁଟି ରହିବ ।

Leave A Reply

Your email address will not be published.