ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ଏବେ ବି ଯୁଦ୍ଧ ଟାଳିବାକୁ ସମୟ ଅଛି’

0

ୟୁକ୍ରେନରେ ସଙ୍କଟ ବଢିବାରେ ଲାଗିଛି । ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ବିବାଦ ମଧ୍ୟ ଚରମ ସୀମାରେ ପହଞ୍ଚିଲାଣି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ,ଯଦି ଋଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରନ୍ତି ତେବେ ଏହାର ପରିଣାମ ଭୟଙ୍କର ହେବ । ୟୁକ୍ରେନରେ ଯଦି ଋଷ ସଂପୂର୍ଣ୍ଣ ଅନୁପ୍ରବେଶ କରେ ତେବେ ଏହାର ବିପର୍ଯ୍ୟସ୍ତ ପରିଣାମ ଓ ମାନବିକ ସ୍ତରରେ ବଡ଼ ମୂଲ୍ୟ ଦେବାକୁ ପଡିବ । କିନ୍ତୁ ଯୁଦ୍ଧକୁ ଟାଳିବାକୁ କୂଟନୀତି ପାଇଁ ଏବେ ବି ସମୟ ଅଛି । ଜଏ ଚିଫ୍ ଅଫ ଷ୍ଟାଫ ଅଧ୍ୟକ୍ଷ ମାର୍କ ମିଲେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କଲେ ବହୁ ସଂଖ୍ୟାର ଲୋକ ଆହତ ହେବେ । ସ୍ଥିତି କେତେ ଭୟଙ୍କର ହେବ ଆପଣ କଳ୍ପନା କରିପାରିବେନି ।

ସେହିପରି ପ୍ରତିରକ୍ଷା ସଚିବ ଲୟଡ଼ ଅଷ୍ଟିନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସୀମା ନିକଟରେ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛନ୍ତି । କିନ୍ତୁ ଏହା ସତ୍ୱେ ବି ସଂଘର୍ଷକୁ ଏଡାଦିଆଯାଇପାରିବ । ଯୁଦ୍ଧକୁ ଏଡାଇବା ପାଇଁ ଏ ବିଷୟରେ ଆଲୋଚନା କରିବା ଓ ଋଣନୀତି ପ୍ରସ୍ତୁତି କରିବାର ସମୟ ଅଛି । ଏହି ପରିସ୍ଥିତିକୁ ଯୁଦ୍ଧରେ ପରିଣତ କରିବାର କୌଣସି କାରଣ ନାହିଁ । ପୁଟିନ ନିଜର ସେନ୍ୟମାନଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ପେଣ୍ଟାଗନ ଅଧିକାରୀ କହିଛନ୍ତି ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ସେ ବିଶ୍ୱାସ କରିପାରୁନାହାନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଲେ ସ୍ଥିତି ବହୁତ ଖରାପ ହୋଇପାରେ । ସେହିପରି ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି, ୟୁକ୍ରେନକୁ ବଞ୍ଚାଇବା ପାଇଁ ଆମେରିକା ସୈନ୍ୟମାନଙ୍କୁ ପଠାଇବାର କୌଣସି ପ୍ରସ୍ତାବ ନାହିଁ କିନ୍ତୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ୟୁକ୍ରେନ ସେନାରକୁ ସମର୍ଥନ ଜାରି ରହିବ ।

Leave A Reply

Your email address will not be published.