ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

‘ଏବେ ବି ଯୁଦ୍ଧ ଟାଳିବାକୁ ସମୟ ଅଛି’

0

ୟୁକ୍ରେନରେ ସଙ୍କଟ ବଢିବାରେ ଲାଗିଛି । ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ବିବାଦ ମଧ୍ୟ ଚରମ ସୀମାରେ ପହଞ୍ଚିଲାଣି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ,ଯଦି ଋଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରନ୍ତି ତେବେ ଏହାର ପରିଣାମ ଭୟଙ୍କର ହେବ । ୟୁକ୍ରେନରେ ଯଦି ଋଷ ସଂପୂର୍ଣ୍ଣ ଅନୁପ୍ରବେଶ କରେ ତେବେ ଏହାର ବିପର୍ଯ୍ୟସ୍ତ ପରିଣାମ ଓ ମାନବିକ ସ୍ତରରେ ବଡ଼ ମୂଲ୍ୟ ଦେବାକୁ ପଡିବ । କିନ୍ତୁ ଯୁଦ୍ଧକୁ ଟାଳିବାକୁ କୂଟନୀତି ପାଇଁ ଏବେ ବି ସମୟ ଅଛି । ଜଏ ଚିଫ୍ ଅଫ ଷ୍ଟାଫ ଅଧ୍ୟକ୍ଷ ମାର୍କ ମିଲେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କଲେ ବହୁ ସଂଖ୍ୟାର ଲୋକ ଆହତ ହେବେ । ସ୍ଥିତି କେତେ ଭୟଙ୍କର ହେବ ଆପଣ କଳ୍ପନା କରିପାରିବେନି ।

ସେହିପରି ପ୍ରତିରକ୍ଷା ସଚିବ ଲୟଡ଼ ଅଷ୍ଟିନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସୀମା ନିକଟରେ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛନ୍ତି । କିନ୍ତୁ ଏହା ସତ୍ୱେ ବି ସଂଘର୍ଷକୁ ଏଡାଦିଆଯାଇପାରିବ । ଯୁଦ୍ଧକୁ ଏଡାଇବା ପାଇଁ ଏ ବିଷୟରେ ଆଲୋଚନା କରିବା ଓ ଋଣନୀତି ପ୍ରସ୍ତୁତି କରିବାର ସମୟ ଅଛି । ଏହି ପରିସ୍ଥିତିକୁ ଯୁଦ୍ଧରେ ପରିଣତ କରିବାର କୌଣସି କାରଣ ନାହିଁ । ପୁଟିନ ନିଜର ସେନ୍ୟମାନଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ପେଣ୍ଟାଗନ ଅଧିକାରୀ କହିଛନ୍ତି ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ସେ ବିଶ୍ୱାସ କରିପାରୁନାହାନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଲେ ସ୍ଥିତି ବହୁତ ଖରାପ ହୋଇପାରେ । ସେହିପରି ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି, ୟୁକ୍ରେନକୁ ବଞ୍ଚାଇବା ପାଇଁ ଆମେରିକା ସୈନ୍ୟମାନଙ୍କୁ ପଠାଇବାର କୌଣସି ପ୍ରସ୍ତାବ ନାହିଁ କିନ୍ତୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ୟୁକ୍ରେନ ସେନାରକୁ ସମର୍ଥନ ଜାରି ରହିବ ।

Leave A Reply

Your email address will not be published.