ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

0

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି କରିଛନ୍ତି ବାଇଡେନ ।

ସିରିଆର ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମର ବାସଭବନ ଉପରେ ଡ୍ରୋନ ମାଡ ଓ ଗ୍ରେନେଡ ହମଲା କରାଯାଇଥିଲା । ଆକ୍ରମଣରେ କରି ଦୁର୍ଦ୍ଦଷ ଆତଙ୍କବାଦୀକୁ ଆମେରିକା ନିପାତ କରିଛି । ଅବୁ ଇବ୍ରାହିମର ପତ୍ନୀ ଓ ତା ପୁଅ, ଝିଅଙ୍କ ମଧ୍ୟରେ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇଡେନ ଟୁଇଟ କରି କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶ ପରେ ଆମେରିକାର ସୈନ୍ୟ ଆତଙ୍କବାଦ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ । ଏବଂ ଏଥିରେ ସେ ସଫଳ ହୋଇଛନ୍ତି । ଏଥିପାଇଁ ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମର ଧ୍ୱସ୍ତବିଧ୍ୱସ୍ତ ଘର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣା ସ୍ଥଳର ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ୬ ଜଣ ଶିଶୁ ଓ ୪ ଜଣ ମହିଳା ଅଛନ୍ତି । ଅପରେସନ ପରେ ସମସ୍ତ ଆମେରିକା ସୈନ୍ୟ ସୁରକ୍ଷିତ ଭାବେ ନିଜ ବେସ୍‌କୁ ଫେରିଛନ୍ତି ଆତଙ୍କବାଦ ବିରୋଧୀ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି ବାଇଡେନ ।

Leave A Reply

Your email address will not be published.