ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଦେଶରେ ୫ ଲକ୍ଷ ଟପିଲା କରୋନା ମୃତ୍ୟୁ

0

କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ କରୋନାର ତୃତୀୟ ଲହରର ପ୍ରକୋପ କମିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୪୯ ହଜାର ୩୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୩ ପ୍ରତିଶତ କମ ମାମଲା ଆସିଛି । ଗତକାଲି ଲକ୍ଷେ ୭୨ ହଜାର ୪୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଦୈନିକ ସଂକ୍ରମଣ ହାର ରହିଛି ୯.୨୭ ପ୍ରତିଶତ । ସେହିପରି ଦିନକରେ ୧ ହଜାର ୭୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଛି । ୫ ଲକ୍ଷ ୫୫ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଁ ୧୪ ଲକ୍ଷ ୩୫ ହଜାର ୫୬୯ରେ ପହଞ୍ଚିଛି । ଏଯାଏଁ ଦେଶରେ ଟିକା ନେଲେଣି ୧୬୮ କୋଟି ୪୭ ଲକ୍ଷ ୧୬ ହଜାର ୬୮ ।

ରାଜ୍ୟରେ କିଛି ଦିନ ତଳ ଉପର ହେବା ପରେ ଆଜି ୩ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ହଜାର୬୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୬୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୯ ଜଣ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ମଧ୍ୟରେ ୪୩୫ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ସୁନ୍ଦରଗଡ଼ରୁ ୨୯୧, କଟକରୁ ୧୩୮, ମୟୂରଭଞ୍ଜରୁ ୧୨୮,ଯାଜପୁରରୁ ୧୨୭,ବଲାଙ୍ଗୀରରୁ ୯୮,ନୟାଗଡରୁ ୯୬, କଳାହାଣ୍ଡିରୁ ୯୫,ସମ୍ବଲପୁରରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.