ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭାରତକୁ ମିଳିଲା ସିଙ୍ଗଲ ଡୋଜ୍ କରୋନା ଟିକା

0

ଭାରତକୁ ମିଳିଛି କରୋନା ବିରୋଧୀ ସିଙ୍ଗଲ ଡୋଜ ଟିକା । ସ୍ପୁଟନିକ ଲାଇଟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମିତ ମିଳିଛି । ଡିସିଜିଆଇ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟୁଇଟ କରି କହିଛନ୍ତି, ଏହା ନବମ କରୋନା ବିରୋଧୀ ଟିକା ଭାବେ ଦେଶରେ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ମହାମାରୀ ବିରୋଧରେ ଦେଶରେ ଚାଲିଥିବା ସାମୂହିକ ଲଢେଇକୁ ଏହା ଆହୁରି ବଳ ଦେବ ।

ଶନିବାର ସବଜେକ୍ଟ ଏକ୍ସପର୍ଟ କମିଟି ଋଷ ନିର୍ମିତ ସ୍ପୁଟନିକ ଲାଇଟର ବ୍ୟବହାର ସପକ୍ଷରେ ମତ ରଖିଥିଲା । ଦେଶରେ ଏହାର ବ୍ୟବହାର ଆରମ୍ଭ କରିବା ପାଇଁ ଅନୁମତି ଦେବାକୁ ଡିସିଜିଆଇ ଆଗରେ ପ୍ରସ୍ତାବ ବି ରଖିଥିଲା । ଏହି ପ୍ରସ୍ତାବକୁ ଗ୍ରହଣ କରି ଡିସିଜିଆଇ ସ୍ପୁଟନିକ ଲାଇଟକୁ ଗ୍ରୀନ ସିଗନାଲ ଦେଇଛି । ଭାରତରେ ଏହାର ୩ଟି ପର୍ଯ୍ୟାୟର ଟ୍ରାଏଲ ହାଇଦ୍ରାବାଦ ସ୍ଥିତ ଡା.ରେଡ୍ଡୀ ଲ୍ୟାବ ନେତୃତ୍ୱରେ କରାଯାଇଥିଲା । ଟ୍ରାଏଲ ବେଳେ ସଫଳତା ମିଳିବାରୁ ଏହି ଟିକାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

ଭାରତରେ ଗତବର୍ଷ ଜୁଲାଇରେ ସ୍ପୁଟନିକ ଲାଇଟର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିସ କରାଯାଇଥିଲା । କିନ୍ତୁ ଦେଶରେ ଟିକାର ପରୀକ୍ଷା ହୋଇନଥିବାରୁ ଡିସିଜିଆଇ ଏହାକ ଆଗ୍ରହ୍ୟ କରିଦେଇଥିଲା ।ଏବେ ଟ୍ରାଏଲ ପରେ ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି ।

Leave A Reply

Your email address will not be published.