ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ

0

ଧୀରେ ଧୀରେ ଦୁର୍ବଳ ହେଉଛି କରୋନାର ତୃତୀୟ ଲହର । ଦେଶ ଓ ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ହ୍ରାସ ପରେ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦେଶରେ ଲକ୍ଷେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ତୃତୀୟ ଲହର ଆରମ୍ଭ ହେବା ଦିନଠୁ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ଲକ୍ଷେ ତଳକୁ ଖସିଛି । ସେହିପରି ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ତଳକୁ ଖସିଛି । ଦେଶରେ ଗତ ୨୪ ଘଣ୍ଟା ରେ ୮୩ ହଜାର ୮୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣ ହାର ରହିଛି ୭.୨୫% । ସେହିପରି ଦିନକରେ ୮୯୫ ଜଣ କରୋନାରେ ଆଖି ବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୫,୦୨,୮୭୪କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୦୮,୯୩୮ ରହିଛି । ତେବେ ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ଡେଲଟା ଭୂତାଣୁରେ ସଂକ୍ରମିତ ଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଆସୁଛି । ସେପଟେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୧୪୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୪ କଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୯୨୩ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧, କଟକରୁ ୬୯, ଅନୁଗୁଳରୁ ୭୧, ଝାରସୁଗୁଡାରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ଆଉ ୨୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ତଥ୍ୟ ଦିଆଯାଇଛି । ମୋଟ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ ଜଣ ରହିଥିବା ବେଳେ କଳାହାଣ୍ଡିରୁ ୪ ଜଣ ଅଛନ୍ତି । ସେହିପରି କଟକରୁ ୩ ଜଣ ଥିବା ବେଳେ ଜଗତସିଂହପୁର,ନୟାଗଡରୁ ୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ା,ଯାଜପୁର ଓ ରାୟଗଡ଼ାରୁ ଜଣେ ଲେଖାଁଏ ଅଛନ୍ତି ।

Leave A Reply

Your email address will not be published.