ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେଡିର ବଡ଼ ବିଜୟ, ଯୁଆଡେ ଚାହିଁବ ସିଆଡେ ଶଙ୍ଖ

0

ଭାଙ୍ଗିଲା ସବୁ ରେକର୍ଡ।ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ଗାଁ ଗାଁରେ ଦେଖବାକୁ ମିଳିଛି ନବୀନ କ୍ରେଜ୍ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତମାନ ୮୨୯ର ଫଳାଫଳ ଆସିଛି । ସେଥିରୁ ୭୪୩ ଜୋନରେ ବାଜିମାତ କରିଛି ବିଜେଡି । ବିଜେପି ଖାତାକୁ ମାତ୍ର ୪୨ ଆସନ ଯାଇଥିବା ବେଳେ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛି । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳକୁ ମିଳିଛି ମାତ୍ର ୭ ଆସନ । ତିନିଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗ୍ରେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି । ଏବେର ଟ୍ରେଣ୍ଡ ଅନୁସାରେ ବିଜେଡି ୭୬୫ ଆସନରେ ଆଗୁଆ ଥିବା ବେଳେ ବିଜେପି ୪୨ଟି ଆସନରେ କଂଗ୍ରେସ ୩୭ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ଅଛନ୍ତି ।

ମୟୁରଭଞ୍ଜରୁ ମାଲକାନିଗିରି, ବରଗଡ଼ରୁ ବାଲେଶ୍ୱର, ଗଜପତିରୁ ଗଞ୍ଜାମ, ସୁ୍‌ନ୍ଦରଗଡରୁ ସମ୍ବଲପୁର ସବୁଠି କେବଳ ଶଙ୍ଖ ଧ୍ୱନି ଶୁଭିଛି । ଭଦ୍ରକ, ଝାରସୁଗୁଡା, ଯାଜପୁର ଓ ଦେବଗଡ଼ରେ କ୍ଲିନ ସୁଇପ କରିଛି ବିଜେଡି । ସବୁଠି ନବୀନ ମ୍ୟାଜିକ ଦେଖିବାକୁ ମିଳିଥିବା ବେଳେ ଚିତପଟାଙ୍ଗ ମାରିଛି ବିଜେପି । କଂଗ୍ରେସ ମଧ୍ୟ ନିଜର ସ୍ଥିତି ବଂଚାଇବାକୁ ସଂଘର୍ଷ ଜାରି ରଖିଛି । ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡ଼ା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସିଆସିଥିଲା । ଚଳିତ ଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା ଯାହା ସ୍ୱପ୍ନରେ ରହିଯାଇଛି । ୨୨ ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ।

Leave A Reply

Your email address will not be published.