ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ

0

ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ ଅବସ୍ଥିତ । ଋଷ ସେନା ୟୁକ୍ରେନ ରାଜଧାନୀ କିବ୍ ଉପରେ ଘନ ଘନ ଆକ୍ରମଣ କରୁଥିବା ବେଳେ ଖାର୍କିଭରେ ବି ସଂଘର୍ଷ ଜାରି ରହିଛି । ଋଷ ସେନା ଦ୍ରୁତ ଗତିରେ କିବ୍ ଅଭିମୁଖେ ବଢୁଛନ୍ତି । ରକେଡ ମାଡ଼ ଓ ମିସାଇଲ ମାଡ଼ ଯୋଗୁଁ ଲୋକେ ପ୍ରାଣ ବିକଳରେ ସହର ଛାଡିବାକୁ ଦୌଡୁଛନ୍ତି । ତେବେ ୟୁକ୍ରେନ ଉପରେ ଆକାଶମାର୍ଗରୁ ଘନ ଘନ ଆକ୍ରମଣ ଭିତରେ ସ୍ଥଳଭାଗରେ ମଧ୍ୟ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ କରିସାରିଛି ଋଷିଆ । ଏହାକୁ ପ୍ରମାଣ କଲା ଭଳି ଏକ ଚିତ୍ର ଆମେରିକା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି । କିଭଳି ବହୁ ପରିମାଣର ଋଷିଆ ସେନା ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ତାହା ଦେଖିବାକୁ ମିଳିଛି ।

ଆମେରିକା କମ୍ପାନୀ ମାସ୍କ ପକ୍ଷରୁ ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛି ପ୍ରାୟ ୬୪ କିଲୋମିଟର ଧରି ଲମ୍ବି ରହିଛି ଋଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ ,ଗୋଳବାରୁଦ, ଓ ଯୁଦ୍ଧାସ୍ତ୍ର ଧରି ଆଗକୁ ବଢିଚାଲିଛି ଋଷିଆ । ତେବେ ଯୁଦ୍ଧକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ବସିଛି । ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି, ଯୁଦ୍ଧ ଯୋଗୁଁ ଉଭୟ ଦେଶର ବ୍ୟାପକ କ୍ଷତି ହୋଇଛି । ଋଷିଆର ଅନେକ ସୈନ୍ୟ ପ୍ରାଣ ହରାଇଛନ୍ତି । ତେଣ ଯୁଦ୍ଧ ବନ୍ଦ ହେବା ଦରକାର । ପୁଟିନ ସେନା ଅସ୍ତ୍ରବିରତି ପ୍ରତ୍ୟାହାର କରିବା ଦରକାର । ଋଷ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବା ସହ ରକେଟ ମାଡ଼ କରୁଛି । ତେଣ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ।

Leave A Reply

Your email address will not be published.