ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଆମେରିକା ଟାର୍ଗେଟରେ ପୁଟିନ୍‌

0

ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ନେଇ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧିତ କରି ଋଷ ବିରୋଧରେ ଗର୍ଜନ କରିଛନ୍ତି । ସେ କହିଛନ୍ତି, ପୁଟିନ ୬ ଦିନ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ । ଋଷର ଏଭଳି ମନଇଛା କାମକୁ ଆଉ ବରଦାସ୍ତ କରାଯିବନି । ୟୁକ୍ରେନକୁ ପୁଟିନ ଦୁର୍ବଳ ଭାବୁଛନ୍ତି । କିନ୍ତୁ ୟୁକ୍ରେନ ସହିତ ଆମେରିକା ରହିଛି ବୋଲି ଜୋ ବାଇଡେନ କହିଛନ୍ତି ।

ବାଇଡେନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷକୁ ବହୁମୂଲ୍ୟ ଦେବାକୁ ପଡିବ । ଋଷର ଏହି ଆକ୍ରମଣ ଲାଗି ଆମେ ପ୍ରସ୍ତୁତ । ସାରା ବିଶ୍ୱରୁ ଋଷ ବର୍ତମାନ ଅଲଗା ହୋଇଯାଇଛି । ଏହି ସମୟରେ ବାଇଡେନ ଘୋଷଣା କରିଥିଲେଯେ, ଆମେରିକା ଋଷକୁ ବାୟୁସେନା ବନ୍ଦ କରୁଛି । ଋଷ ଏୟାରଲାଇନ୍ସ ଲାଗି ଆମେରିକା ଆକାଶମାର୍ଗ ବନ୍ଦ କରିଦିଆଯିବ । ଏହା ସହ ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ଆର୍ଥିକ ସ୍ଥିତି ଭୁଶୁଡିଯାଇଛି । ଆମେରିକା ଡଲାର ତୁଳନାରେ ଋଷ ମୂଦ୍ରା ରୁବେଲର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୧୭ ରୁବେଲ ଗଣିବାକୁ ପଡୁଛି । ସେପଟେ ୟୁକ୍ରେନକୁ ୧ ବିଲିୟନ ଡଲାର ଦିଆଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ସବୁ ପ୍ରକାର ସହାୟତା ୟୁକ୍ରେନକୁ ଦିଆଯିବ । କିନ୍ତୁ ଆମେରିକା ସେନା ଯୁଦ୍ଧରେ ସାମିଲ ହେବନି । ୟୁକ୍ରେନବାସୀ ସାହାସର ସହ ଲଢେଇ କରୁଛନ୍ତି । କିଭକୁ ଟ୍ୟାଙ୍କର ଦ୍ୱାରା ଅକ୍ତିଆର କରାଯାଇଛି ସତ ହେଲେ ୟୁକ୍ରେନବାସୀଙ୍କ ମନପ୍ରାଣ କେବେ ବି ପୁଟିନ ହାସଲ କରିପାରିବେ ନାହିଁ ବୋଲି ବାଇଡେନ କହିଛନ୍ତି ।

Leave A Reply

Your email address will not be published.