ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆମେରିକା ଟାର୍ଗେଟରେ ପୁଟିନ୍‌

0

ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ନେଇ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧିତ କରି ଋଷ ବିରୋଧରେ ଗର୍ଜନ କରିଛନ୍ତି । ସେ କହିଛନ୍ତି, ପୁଟିନ ୬ ଦିନ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ । ଋଷର ଏଭଳି ମନଇଛା କାମକୁ ଆଉ ବରଦାସ୍ତ କରାଯିବନି । ୟୁକ୍ରେନକୁ ପୁଟିନ ଦୁର୍ବଳ ଭାବୁଛନ୍ତି । କିନ୍ତୁ ୟୁକ୍ରେନ ସହିତ ଆମେରିକା ରହିଛି ବୋଲି ଜୋ ବାଇଡେନ କହିଛନ୍ତି ।

ବାଇଡେନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷକୁ ବହୁମୂଲ୍ୟ ଦେବାକୁ ପଡିବ । ଋଷର ଏହି ଆକ୍ରମଣ ଲାଗି ଆମେ ପ୍ରସ୍ତୁତ । ସାରା ବିଶ୍ୱରୁ ଋଷ ବର୍ତମାନ ଅଲଗା ହୋଇଯାଇଛି । ଏହି ସମୟରେ ବାଇଡେନ ଘୋଷଣା କରିଥିଲେଯେ, ଆମେରିକା ଋଷକୁ ବାୟୁସେନା ବନ୍ଦ କରୁଛି । ଋଷ ଏୟାରଲାଇନ୍ସ ଲାଗି ଆମେରିକା ଆକାଶମାର୍ଗ ବନ୍ଦ କରିଦିଆଯିବ । ଏହା ସହ ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ଆର୍ଥିକ ସ୍ଥିତି ଭୁଶୁଡିଯାଇଛି । ଆମେରିକା ଡଲାର ତୁଳନାରେ ଋଷ ମୂଦ୍ରା ରୁବେଲର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୧୭ ରୁବେଲ ଗଣିବାକୁ ପଡୁଛି । ସେପଟେ ୟୁକ୍ରେନକୁ ୧ ବିଲିୟନ ଡଲାର ଦିଆଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ସବୁ ପ୍ରକାର ସହାୟତା ୟୁକ୍ରେନକୁ ଦିଆଯିବ । କିନ୍ତୁ ଆମେରିକା ସେନା ଯୁଦ୍ଧରେ ସାମିଲ ହେବନି । ୟୁକ୍ରେନବାସୀ ସାହାସର ସହ ଲଢେଇ କରୁଛନ୍ତି । କିଭକୁ ଟ୍ୟାଙ୍କର ଦ୍ୱାରା ଅକ୍ତିଆର କରାଯାଇଛି ସତ ହେଲେ ୟୁକ୍ରେନବାସୀଙ୍କ ମନପ୍ରାଣ କେବେ ବି ପୁଟିନ ହାସଲ କରିପାରିବେ ନାହିଁ ବୋଲି ବାଇଡେନ କହିଛନ୍ତି ।

Leave A Reply

Your email address will not be published.