ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌

0

ଓଡିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ପୁଣି ଫେରିଲା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏନେଇ ଘୋଷଣା କରିଛି । ଏହା ପୂର୍ବରୁ କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ ଖେଳ ହୋଇପାରିନଥିଲା । ଜୁନ ୯ରୁ ୧୯ ତାରିଖ ଯାଏଁ ଦୁଇ ଦେଶ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚଗୁଡିକ କଟକ, ବିଶାଖାପାଟନମ,ଦିଲ୍ଲୀ,ରାଜକୋଟ ଓ ଚେନ୍ନାଇରେ ଅନୁଷ୍ଠିତ ହେବ ।

ଭାରତ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଓସିଏର ଅନୁରୋଧ ପରେ ଏହି ମ୍ୟାଚକୁ ରିସିଡ୍ୟୁଲ କରାଯାଇ ବାରବାଟୀ ଷ୍ଟାଡିୟମକୁ ଦିଆଯାଇଛି । ବାରବାଟୀରେ ଏହି ମ୍ୟାଚ ଖେଳାଯିବା ଖବର ପରେ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । କ୍ରିକେଟ ପ୍ରେମୀ ମାନେ ବହୁ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ କଟକକୁ ମିଳିଥିଲା । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀକୁ ମିଳିଥିଲା । କିନ୍ତୁ କରୋନା ପାଇଁ ଏହି ମ୍ୟାଚ ଇଡେନ ଗାର୍ଡେନକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.