ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌

0

ଓଡିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ପୁଣି ଫେରିଲା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏନେଇ ଘୋଷଣା କରିଛି । ଏହା ପୂର୍ବରୁ କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ ଖେଳ ହୋଇପାରିନଥିଲା । ଜୁନ ୯ରୁ ୧୯ ତାରିଖ ଯାଏଁ ଦୁଇ ଦେଶ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି । ମ୍ୟାଚଗୁଡିକ କଟକ, ବିଶାଖାପାଟନମ,ଦିଲ୍ଲୀ,ରାଜକୋଟ ଓ ଚେନ୍ନାଇରେ ଅନୁଷ୍ଠିତ ହେବ ।

ଭାରତ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଓସିଏର ଅନୁରୋଧ ପରେ ଏହି ମ୍ୟାଚକୁ ରିସିଡ୍ୟୁଲ କରାଯାଇ ବାରବାଟୀ ଷ୍ଟାଡିୟମକୁ ଦିଆଯାଇଛି । ବାରବାଟୀରେ ଏହି ମ୍ୟାଚ ଖେଳାଯିବା ଖବର ପରେ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । କ୍ରିକେଟ ପ୍ରେମୀ ମାନେ ବହୁ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ କଟକକୁ ମିଳିଥିଲା । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀକୁ ମିଳିଥିଲା । କିନ୍ତୁ କରୋନା ପାଇଁ ଏହି ମ୍ୟାଚ ଇଡେନ ଗାର୍ଡେନକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.