ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି କରିପାରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରବେଶ ପଥରେ ଭୋଗ ଲଗାଇବା ଓ ମା’ଙ୍କ ଦର୍ଶନ ପାଇଁ ୨ଟି ସ୍ୱତନ୍ତ୍ର ଅଲଗା ଧାଡି କରାଯାଇଛି । ସକାଳ ସାଢେ ୬ରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ୩ଟା ୩୦ରୁ ରାତି ୮ ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଭୋଗ ଲାଗି ହୋଇପାରିବ । ଏହା ବ୍ୟତୀତ ୧୦ ବର୍ଷରୁ କମ ପିଲା ଓ ବୃଦ୍ଧ ଲୋକଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ହେଲେ ଶ୍ରଦ୍ଧାଳୁଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା,ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ନିଷ୍ପତ୍ତି ପରେ ନିଆଯିବ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ହଟାଇବା ନେଇ ନିର୍ଦ୍ଦେଶ ମିଳିବା ପରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ବୈଠକ ବସିଥିଲା । ବୈଠକରେ ଭକ୍ତ ମାନେ ମା’ଙ୍କୁ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ