ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମାର୍ଚ୍ଚରେ ହୋଇପାରେ ବାତ୍ୟା!

0

ପୁଣି ବାତ୍ୟା ଭୟ । ଖରାର ଦାଉ ଭିତରେ ପୁଣି ଦେଖାଦେଇଛି ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଘନୀଭୂତ ହୋଇ ଏଇ ମାସରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏବଂ ୨୨ ତାରିଖ ବେଳକୁ ଏହା କ୍ରମଶଃ ଘନୀଭୂତ ହୋଇ ଉ ର ବଙ୍ଗୋପସାଗରରେ ପହଞ୍ଚିବ । ଏବଂ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ପାଣିପାଗ ମଡେଲ ଏହି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି । ତେବେ ଏହାର ତୀବ୍ରତା,ଗତିପଥ ଏବଂ ଏହା କେତେ ଘନୀଭୂତ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେବେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡିଶାରେ ସ୍ପର୍ଶ କରିବ କି ନାହିଁ ଏହା ଆକଳନ କରିବା କଷ୍ଟକର ।

ଲଘୁଚାପ ସୃଷ୍ଟି ହେବା ପରେ ସେତେବେଳର ଜଳବାୟୁ ସ୍ଥିତି ଅନୁଯାୟୀ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡିବ । ଏହା ଭାରତ କି ଓଡିଶା ସ୍ପର୍ଶ କରିବା ଆକଳନ କରିବା କଷ୍ଟକର ଥିବା ବେଳେ ଏହା ପ୍ରଭାବରେ ଉପକୂଳ ଓଡିଶାରେ ପାଗ ବଦଳିବା ସମ୍ଭାବନା ରହିଛି । ତେବେ ଯଦିଓ ଲଘୁଚାପଟି ବାତ୍ୟାର ରୂପ ନିଏ ଓ ଭାରତ ଉପକୂଳ ସ୍ପର୍ଶ କରିବ ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ସପ୍ତମ ବାତ୍ୟା ହେବ । କାରଣ ୧୯୦୧ ମସିହାଠୁ ଚଳିତବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.