ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହତ୍ୟାକାରୀକୁ ଧରିବାକୁ ପୁରୀ ବାହାରକୁ ଗଲା ଟିମ୍‌

0

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଲିସର ଛାନଭିନ। କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାରୀଙ୍କୁ ଧରିବାକୁ ପୁରୀ ବାହାରକୁ ଗଲା ୪ ଜଣିଆ ଟିମ । ପୁରୀ ସମେତ ଭୁବନେଶ୍ୱର ଓ ଗଞ୍ଜାମରେ ପୁଲିସର ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । । ମୋବାଇଲ ଟ୍ରାକିଂ କରି ପୁଲିସ ହତ୍ୟାକାରୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ଗତକାଲି ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଥିଲା । ଅଟକ ଅଭିଯୁକ୍ତଠୁ ଅନେକ ପ୍ରମାଣ ମିଳିଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଥିବା ବେଳେ ଏତଲାରେ ଥିବା ୬ ଜଣଙ୍କୁ ସ୍କାନରରେ ରଖିଛି ପୁଲିସ ।

ବୁଧବାର ବାରବାଟୀ ଆଖଡାଠାରେ କୃଷ୍ଣଚନ୍ଦ୍ରଙ୍କ ଅତି ପାଖରୁ ୨ ରାଉଣ୍ଡ ଗୁଳିଚାଳନା କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଏହି ଗୁଳିମାଡ଼ର ଲିଙ୍କ ଥିବା ଅନୁମାନ କରାଯାଉଥିଲା ଆରମ୍ଭରୁ। କୃଷ୍ଣଚନ୍ଦ୍ରଙ୍କ ଭାଇଙ୍କ କହିବା ଅନୁସାରେ, କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ ପରେ ସେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁଳି ଚାଳନା କରିଥିବା ଦୁର୍ବୃତ୍ତ ମାନେ ତାଙ୍କ ଭାଇଙ୍କୁ କହିଥିଲେ ଯେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହୋଇଛି। କାଳିଆ ସିଂହାରୀ ହେଉଛି ଗୁନ ସିଂହାରୀର ଭାଇ ଓ ଦୋଳଗୋବିନ୍ଦ ହେଉଛି ଗୁନ ସିଂହାରୀର ପୁଅ । ଏକଥା କହିବା ପରେ ସେମାନେ ଘଟଣା ସ୍ଥଳରୁ ପଳାଇଥିଲେ । ସେମାନଙ୍କ ହାତରେ ବନ୍ଧୁକ ଥିବାରୁ ତାଙ୍କୁ କେହି କିଛି କହିବାକୁ ସାହାସ କରିନଥିଲେ ବୋଲି ସେ କହିଛନ୍ତି ।

୨୦୧୨ରେ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗର ସମ୍ପାଦକ ଥିବା ଗୁଳନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟକାଣ୍ଡରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ସୂଚନା ଥିଲା । କୃଷ୍ଣଚନ୍ଦ୍ରଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

Leave A Reply

Your email address will not be published.