ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ, ନୱାଜଙ୍କ ଦଳ ଜାରି କଲା ନୂଆ ପ୍ରାର୍ଥୀଙ୍କ ନାଁ

0

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । କୌଣସି ସମୟରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଖସିପାରେ । ଇମ୍ରାନ ଖାନ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ପାକିସ୍ତାନ ସେନା ମଧ୍ୟ ଇସାରା ଦେଇଛି । ଏହାରି ଭିତରେ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ପକ୍ଷରୁ ନୂଆ ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ନାମ ଜାରି କରିଛନ୍ତି । ନୱାଜ ସରିଫଙ୍କ ପୁଅ ତଥା ପିଏମଏଲଏନର ଉପାଧ୍ୟକ୍ଷ ମେରିୟନ ନୱାଜ କହିଛନ୍ତି ଯେ, ପାର୍ଟି ତରଫରୁ ସହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ସଫଳ ହେବା ନେଇ ଆଶଙ୍କା କରିଛନ୍ତି ।

ଇସଲାମବାଦ ହାଇକୋର୍ଟ ବାହାରେ ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ମରିୟମ କହିଛନ୍ତି ଯେ, ସବୁ ବିରୋଧୀ ଦଳ ବସିକି ନିଷ୍ପତ୍ତି ନେବେ ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ପ୍ରାର୍ଥୀ କରାଯିବ । କିନ୍ତୁ ଦଳ ପକ୍ଷରୁ ସହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ପିଏମଏଲଏନର ଉପାଧ୍ୟକ୍ଷ ମେରିୟନ ନୱାଜ ଏହା ବି କହିଛନ୍ତି ଯେ, ଇମ୍ରାନ ଖାନ୍ ଏହା ଦେଖାଇବାକୁ ଉଦ୍ୟମ କରୁଛନ୍ତି ଯେ, ଅବିଶ୍ୱାସ ପ୍ରସ୍ତାବ ତାଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର, କିନ୍ତୁ ଏହା ଭୁଲ । ଇମ୍ରାନ ନିଜେ ନିଜ ଷଡଯନ୍ତ୍ରରେ ଫସିଛନ୍ତି । ଯଦି ସେ ନିଜ କର୍ତ୍ତବ୍ୟ ଠିକ ଭାବରେ କରିଥାନ୍ତେ ତା ହେଲେ ୧୦ ଲକ୍ଷ ଲୋକ ତାଙ୍କ ବିରୋଧରେ ଛିଡା ହୋଇନଥାନ୍ତେ ବୋଲି ମରିୟମ କହିଛନ୍ତି ।

ଏହାରି ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି କି ସତରେ କଣ ପାକିସ୍ତାନରେ ଇତିହାସର ପୁନରାବୃତ୍ତି ହେବ କି?ପୁଣି କଣ କୌଣସି ସରକାର କାର୍ଯ୍ୟକାଳ ପୂରା ହେବା ଆଗରୁ ପଦବୀ ହରାଇବେ କି? ସେପଟେ ପ୍ରଧାନମନ୍ତ୍ରୀ ପଦ ହରାଇବା ଆଶଙ୍କା ଭିତରେ ନିଜ ସମର୍ଥକଙ୍କୁ ବାର୍ତ୍ତା ଦେଇଛନ୍ତି ଇମ୍ରାନ । ଇମ୍ରାନ କହିଛନ୍ତି,ଦେଶରେ ବେଇମାନ ଓ ବିଶ୍ୱାସଘାତକ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.