ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସେବାୟତଙ୍କୁ ଗୁଳି: ସବୁ ଅଭିଯୁକ୍ତ ଗିରଫ

0

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହରି ପଣ୍ଡା, ଟୁଟୁ ମହାପାତ୍ର, କୁନୁମୁନି ସୁଆର ଓ ଜଗନ ଖଟେଇ । ଏମାନଙ୍କୁ ସମସ୍ତଙ୍କୁ କୋରାପୁଟ ସୀମାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଫେରାର କରାଇବା ଓ ଆଶ୍ରୟ ଦେବା ଅଭିଯୋଗରେ ପୁରୀ ଆମ୍ବପଡା ଗାଁର ଜଗନ ଖଟେଇକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଭିତରେ ଟୁଟୁ ହିଁ କୃଷ୍ଣ୍ର ପ୍ରତିହାରୀଙ୍କୁ ଅତି ପାଖରୁ ଗୁଳି କରିଥିଲା । ଏମାନେ ବାହାର ରାଜ୍ୟକୁ ଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ବାହାର ରାଜ୍ୟକୁ ଯିବା ପୂର୍ବରୁ ସବୁ ଅଭିଯୁକ୍ତ ପୁଲିସ ହାବୁଡରେ ପଡିଛନ୍ତି । ଏହି ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଗଲାଣି । ଆଗକୁ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିବ ପୁଲିସ।

ପୁରୀ ଏସପି ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ କୃଷ୍ଣ ପ୍ରତିହାରୀଙ୍କୁ କାହିଁକି ହତ୍ୟା କରାଯାଇଥିଲା ତା ଉପରୁ ପରଦା ହଟିବାରେ ଲାଗିଛି । କୁନମୁନି ସୁଆର ସହ କୃଷ୍ଣ ପ୍ରତିହାରୀଙ୍କ ୧୫ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ମନ୍ଦିର ଭିତରେ ଥିବା କୁନମୁନି ସୁଆରଙ୍କ ରୋଷଘରକୁ ନିଜ କବଜାକୁ ନେଇ ଯାଇଥିଲେ କୃଷ୍ଣ ପ୍ରତିହାରୀ । ରୋଷ ଘର ଚୁଲିକୁ ନେଇ ଅନେକ ଥର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ୧୫ ବର୍ଷ ଆଗରୁ କୃଷ୍ଣ୍ର ପ୍ରତିହାରୀ କୁନମୁନି ସୁଆରଙ୍କୁ ଆକ୍ରମଣ କରିଥିଲେ । ସେହିପରି ହରି ପଣ୍ଡା ସହ କୃଷ୍ଣ ପ୍ରତିହାରୀଙ୍କ ଏକ ଜମିକୁ ନେଇ ବିବାଦ ରହିଥିଲା । ପୁରୀର ଏକ ପ୍ରମୁଖ ସ୍ଥାନରେ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ସେହିପରି ଗୁନ ସିଂହାରୀ ହତ୍ୟା ପରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ପ୍ରତିଶୋଧ ନେବାକୁ ଚିନ୍ତା କରୁଥିଲେ । ଗୁନ ସିଂହାରୀ ହତ୍ୟା ମାମଲାରେ କୃଷ୍ଣ ପ୍ରତିହାରୀ ନିର୍ଦ୍ଦୋଷରେ ଖଲାସ ହେବା ନେଇ ଏମାନେ ପ୍ରତିହିଂସା ପରାୟଣ ହୋଇଉଠିଥିଲେ । କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ଯୋଜନା କରାଯାଇଥିଲା।

Leave A Reply

Your email address will not be published.