ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ସେବାୟତଙ୍କୁ ଗୁଳି: ସବୁ ଅଭିଯୁକ୍ତ ଗିରଫ

0

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହରି ପଣ୍ଡା, ଟୁଟୁ ମହାପାତ୍ର, କୁନୁମୁନି ସୁଆର ଓ ଜଗନ ଖଟେଇ । ଏମାନଙ୍କୁ ସମସ୍ତଙ୍କୁ କୋରାପୁଟ ସୀମାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଫେରାର କରାଇବା ଓ ଆଶ୍ରୟ ଦେବା ଅଭିଯୋଗରେ ପୁରୀ ଆମ୍ବପଡା ଗାଁର ଜଗନ ଖଟେଇକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଭିତରେ ଟୁଟୁ ହିଁ କୃଷ୍ଣ୍ର ପ୍ରତିହାରୀଙ୍କୁ ଅତି ପାଖରୁ ଗୁଳି କରିଥିଲା । ଏମାନେ ବାହାର ରାଜ୍ୟକୁ ଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ବାହାର ରାଜ୍ୟକୁ ଯିବା ପୂର୍ବରୁ ସବୁ ଅଭିଯୁକ୍ତ ପୁଲିସ ହାବୁଡରେ ପଡିଛନ୍ତି । ଏହି ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଗଲାଣି । ଆଗକୁ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିବ ପୁଲିସ।

ପୁରୀ ଏସପି ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ କୃଷ୍ଣ ପ୍ରତିହାରୀଙ୍କୁ କାହିଁକି ହତ୍ୟା କରାଯାଇଥିଲା ତା ଉପରୁ ପରଦା ହଟିବାରେ ଲାଗିଛି । କୁନମୁନି ସୁଆର ସହ କୃଷ୍ଣ ପ୍ରତିହାରୀଙ୍କ ୧୫ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ମନ୍ଦିର ଭିତରେ ଥିବା କୁନମୁନି ସୁଆରଙ୍କ ରୋଷଘରକୁ ନିଜ କବଜାକୁ ନେଇ ଯାଇଥିଲେ କୃଷ୍ଣ ପ୍ରତିହାରୀ । ରୋଷ ଘର ଚୁଲିକୁ ନେଇ ଅନେକ ଥର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ୧୫ ବର୍ଷ ଆଗରୁ କୃଷ୍ଣ୍ର ପ୍ରତିହାରୀ କୁନମୁନି ସୁଆରଙ୍କୁ ଆକ୍ରମଣ କରିଥିଲେ । ସେହିପରି ହରି ପଣ୍ଡା ସହ କୃଷ୍ଣ ପ୍ରତିହାରୀଙ୍କ ଏକ ଜମିକୁ ନେଇ ବିବାଦ ରହିଥିଲା । ପୁରୀର ଏକ ପ୍ରମୁଖ ସ୍ଥାନରେ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ସେହିପରି ଗୁନ ସିଂହାରୀ ହତ୍ୟା ପରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ପ୍ରତିଶୋଧ ନେବାକୁ ଚିନ୍ତା କରୁଥିଲେ । ଗୁନ ସିଂହାରୀ ହତ୍ୟା ମାମଲାରେ କୃଷ୍ଣ ପ୍ରତିହାରୀ ନିର୍ଦ୍ଦୋଷରେ ଖଲାସ ହେବା ନେଇ ଏମାନେ ପ୍ରତିହିଂସା ପରାୟଣ ହୋଇଉଠିଥିଲେ । କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ଯୋଜନା କରାଯାଇଥିଲା।

Leave A Reply

Your email address will not be published.